ଭୁବନେଶ୍ୱର : ଏଣିକି ପ୍ରଥମ ଶ୍ରେଣୀ ପିଲା ଇଂରାଜୀ ପାଠ ପଢିବେ । ଆସନ୍ତାବର୍ଷ ଶିକ୍ଷା ବର୍ଷରୁ ପ୍ରଥମ ଶ୍ରେଣୀ ପିଲା ପଢିବେ ଇଂରାଜୀ ପାଠ। ଏହି ନୂଆ ବ୍ୟବସ୍ଥା ୩୦ ଜିଲ୍ଲାର ୧୦୧ଟି ସ୍କୁଲରେ ପ୍ରଚଳନ ହେବ। ରାଜ୍ୟରେ ଚିହ୍ନଟ ସରକାରୀ ସ୍କୁଲ୍ ଅଫ ଏକ୍ସିଲେନ୍ସରେ ଏହି ନୂଆ ବ୍ୟବସ୍ଥା ଲାଗୁ ହେବ। ଏ ନେଇ ଆଜି ସୂଚନା ଦେଇଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ।