ଆଗକୁ ପଞ୍ଚାୟତ ନିର୍ବାଚନ | ନିର୍ବାଚନ ପାଇଁ ଗାଁ ଗହଳିରେ ରାଜନୀତି ମାହୋଲ ସୃଷ୍ଟି ହୋଇଛି | ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଚରଣ ବିଧି ଲାଗୁ କରାଯାଇଛି | ବିଭିର୍ନ ରାଜନେତାଙ୍କ ବ୍ୟାନର ଓ ହୋର୍ଡ଼ିଂ ଲଗାଯିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି | ଏହି ଆଇନ ଲାଗୁ ହେବା ପରେ କେନ୍ଦ୍ରାପଡା ଜିଲା ପ୍ରଶାସନ ତପ୍ତର ହୋଇଉଠିଛି | ଅନ୍ୟପକ୍ଷରେ ନୂଆ ବର୍ଷ ଆରମ୍ଭ ହୋଇଥିବାବେଳେ ଆଗକୁ ନିର୍ବାଚନ ଥିବାରୁ ଗାଁ ରୁ ସହର ଚାରିଆଡେ ଏବେ ଛାଇ ହୋଇଯାଇଛି ରାଜନେତାଙ୍କ ଶୁଭେଚ୍ଛା ବାର୍ତ୍ତାର ତ୍ବରଣ ଓ ହୋର୍ଡିଂ ।କେନ୍ଦ୍ରାପଡା ବ୍ଲକର ଗୁଲନଗର ଓ କପାଳେଶ୍ବର ପଞ୍ଚାୟତ ଅଞ୍ଚଳରୁ ବିଭିନ୍ନ ରାଜନେତା ଓ ରାଜନୈତିକ ଶୁଭେଛୁମାନଙ୍କ ନବ ବର୍ଷର ଶୁଭେଚ୍ଛା ବାର୍ତ୍ତା ଓ ବଡବଡ ହୋର୍ଡିଂ ଗୁଡିକୁ ଚିରି ଛିଡାଇ ପକାଇଛି ବ୍ଲକ ପ୍ରଶାସନ । ଏହି ତ୍ବରଣ ଓ ହୋର୍ଡିଂରେ ସ୍ଥାନୀୟ ନେତାଙ୍କ ଫଟୋ ସହ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କ ଫଟୋ ରହିଥିବା ଦେଖା ଯାଇଥିଲା ।