ପଶ୍ଚିମ ଓଡିଶାରେ ଆରମ୍ଭ ହେଲା ବିଜେପିର ଚକାଜାମ୍ । ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇକୁ ଆଉପାଦେ ଆଗେଇ ନେଇଛି ବିଜେପି । ୩ଘଣ୍ଟା ପାଇଁ ଗାଡି ଚଳାଚଳ ବନ୍ଦ ରହିବ । ପଶ୍ଚିମ ଓଡିଶାର ୫ଟି ଲୋକସଭା ଓ ୩୭ଟି ବିଧାନସଭା ଅନ୍ତର୍ଗତ ସମସ୍ତ ଜାତୀୟ ଓ ରାଜପଥରେ ବିଜେପି ଚକାଜାମ ଆନ୍ଦୋଳନ କରିଛି । ମଣ୍ଡିରୁ ଚାଷୀଙ୍କ ସମସ୍ତ ଧାନା ଉଠାଇ ନେବାପାଇଁ ଫେବ୍ରୁଆରୀ ୭ ଚତାରିଖ ଯାଏଁ ମହଲତ ଦିଆଯାଇଥିଲା । ଏହା ଭିତରେ ମିଲର୍ସଙ୍କ ଟାର୍ଗେଟ ବୃଦ୍ଧି କରି କିଛି କିଛି ଧାନ ଉଠାଯାଇଛି । ହେଲେ ଚାଷୀଙ୍କ ସମସ୍ତ ବଳକା ଧାନ ଉଠାଇବା ଦାବିରେ ଆଜି ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲା ଏବଂ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଦେଇ ଯାଇଥିବା ରାଜପଥ ଗୁଡିକରେ ଚକାଜାମ୍ କରିଛି ବିଜେପି ।