ରେଳଯାତ୍ରୀମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ରେଳ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏପ୍ରିଲ ମାସ ୧ ତାରିଖରୁ ସବୁ ପାସେଞ୍ଜର ଟ୍ରେନ ଚାଲିବ। ଏହା ମଧ୍ୟରେ ଜେନେରାଲ , ଶତାବ୍ଦୀ ଓ ରାଜଧାନୀ ଭଳି ଟ୍ରେନ ବି ସାମିଲ ରହିବ। ଏନେଇ ରେଳ ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କୁହାଯାଇଛି। ଯାହାକୁ ନେଇ ରେଳ ବିଭାଗ ଶତ ପ୍ରତିଶତ ରେଳ ଚଳାଇବାକୁ ପ୍ରସ୍ତୁତ ହେଉଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ବର୍ତ୍ତମାନ ୬୫ ପ୍ରତିଶତ ପାସେଞ୍ଜର ଟ୍ରେନ୍ ଚାଲିଛି। କରୋନା ମହାମାରୀର ପ୍ରକୋପକୁ ରୋକିବାକୁ ଦେଶବ୍ୟାପି ଲାଗୁ ହୋଇଥିବା ଲକଡାଉନକୁ ନଜରରେ ରଖି ସବୁ ପାସେଞ୍ଜର ଟ୍ରେନ୍ କୁ ବନ୍ଦ କରାଯାଇଥିଲା। ହେଲେ ଏବେ କରୋନାର ପ୍ରକୋପ କମିଥିବାରୁ ସମସ୍ତ ପାସେଞ୍ଜର ଟ୍ରେନ୍ ଚାଳାଇବାକୁ ନିଷ୍ପତ୍ତି ନେଇଛି ରେଳ ବିଭାଗ।