ରାଜ୍ୟରେ ରକେଟ ବେଗରେ ବଢୁଛି କରୋନା ସଂକ୍ରମଣ। କିଛି ମାସର ବ୍ୟବଧାନ ପରେ ରାଜ୍ୟରେ ତିନି ହଜାର ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୩୬୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୬୧୫୫ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୨୧୪୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ରହିଛି ୧୫୩୧। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୩୮୪ ଜଣ ଅଛନ୍ତି। କେବଳ ଖୋର୍ଦ୍ଧା ଜିଲ୍ଲାରେ ହଜାରେ ଟପିଛି ଦୈନିକ ସଂକ୍ରମଣ ସଂଖ୍ୟା ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୬୬୧୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୧୬୬୩ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୫୯୭୧ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୫୮୨, ସମ୍ବଲପୁରରୁ ୩୭୨, କଟକରୁ ୩୧୦, ଷ୍ଟେଟ୍ ପୁଲରୁ ୨୮୯, ଝାରସୁଗୁଡ଼ାରୁ ୧୩୪, ପୁରୀରୁ ୧୦୦, ମୟୂରଭଞ୍ଜରୁ ୮୦, ଯାଜପୁରରୁ ୭୮, ଅନୁଗୋଳ ୫୫ରୁ, ବରଗଡ଼ରୁ ୪୮, କେନ୍ଦୁଝର ଓ ନବରଙ୍ଗପୁରରୁ ୪୪ ଲେଖାଏଁ ଓ ଗଞ୍ଜାମରୁ ୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।