ଦେଶରେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ | ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର | ନୂତନ ନିୟମ ଅନୁଯାୟୀ, ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ଭାରତରେ ପହଞ୍ଚିବା ପରେ 7 ଦିନ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି | ଅଷ୍ଟମ ଦିନରେ ସେମାନଙ୍କର ଆରଟିପିସିଆର ପରୀକ୍ଷା କରାଯିବା ଜରୁରୀ | କେନ୍ଦ୍ରର ଏହି ଗାଇଡଲାଇନ ଆସନ୍ତା 11 ତାରିଖରୁ କାର୍ଯ୍ୟକାରୀ ହେବ | ଏହାବ୍ୟତୀତ ଭାରତ ଫେରିବା ପୂର୍ବରୁ ସେଲ୍ଫ ଡିକ୍ଲାରେସନ୍ ଫର୍ମ ଏୟାର ସୁବିଧା ପୋର୍ଟାଲରେ ଦେବେ । ଏଥିରେ ଫେରିବା ପୂର୍ବ ୧୪ ଦିନର ଯାତ୍ରା ବିବରଣୀ ରହିବ । ଯାତ୍ରାର ୭୨ ଘଣ୍ଟା ମଧ୍ୟରେ ଆରଟି-ପିସିଆର୍ କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର ଅପଲୋଡ୍ କରିବେ । ଯଦି କେହି ନକଲି ନେଗେଟି ରିପୋର୍ଟ ଅପଲୋଡ୍ କରନ୍ତି ତେବେ ଯାତ୍ରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ଯେଉଁମାନେ ବିମାନବନ୍ଦରରେ ଓହ୍ଲାଇବା ପରେ କୋଭିଡ୍ ଟେଷ୍ଟ ଚାହିଁବେ ସେଥିପାଇଁ ଏୟାର ସୁବିଧା ପୋର୍ଟାଲରେ ପୂର୍ବରୁ ବୁକିଂ କରିବାକୁ ପଡ଼ିବ ।ରିପୋର୍ଟ ନେଗେଟିଭ୍ ଆସିବା ପରେ ଘରେ ୭ ଦିନ କ୍ୱାରେଣ୍ଟାଇନରେ ରହିବେ । ପୁଣି ଅଷ୍ଟମ ଦିନ ଆରଟି-ପିସିଆର୍ ଟେଷ୍ଟ କରିବେ ।