କରୋନା ମହାମାରୀର ପ୍ରଥମ ଏବଂ ଦ୍ୱିତୀୟ ଲହର ସମୟରେ ଗରିବ ଓ ଅସହାୟ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ଏବେ ପୁଣି ତୃତୀୟ ଲହର ଓମିକ୍ରନକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ରାଜ୍ୟ ସରକାର ସାଧାରଣ ଲୋକମାନେ କିପରି ଖାଦ୍ୟ ବିନା ଅସୁବିଧାର ସମ୍ମୁଖିନ ହେବେ ନାହିଁ ସେଥିପାଇଁ ଚାରି ମାସର ମାଗଣା ରାସନ ସାମଗ୍ରୀ ସହିତ ଏକ ହଜାର ଟଙ୍କା ( ୧୦୦୦ ) ଆର୍ଥିକ ସହାୟତା ରାଶି ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ । ଆଜି ଭୁବନ ଏନ.ଏ.ସି ଅନ୍ତର୍ଗତ ନୂଆ ଭୁବନ ଅଞ୍ଚଳରେ ସ୍ଥାନୀୟ ବିଧାୟକ ତଥା ଖଣି,ଇସ୍ପାତ ଓ ପୁର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ପ୍ରତିନିଧି ଭୁବନ ଏନ.ଏ.ସି ର ପୂର୍ବତନ ନଗରପାଳ ନନ୍ଦ କିଶୋର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଖାଦ୍ୟସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଏକ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ । ଗରିବ ଓ ଅସହାୟ ବ୍ୟକ୍ତିଟିଏ ଯେପରି ଅନାହାରରେ ନରହିବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ନିଜର ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏନ.ଏ.ସି ଅଧିକାରୀ ରବୀନ୍ଦ୍ର କୁମାର ବେହେରା, ସମାଜସେବୀ ଅଜୟ କୁମାର ସେଠୀ, ଶିଶିର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।