ପିଲାମାନେ ଟୀକା ନେଲା ପରେ କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଉଛି କି ? ଯଦି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଉଛି ତେବେ କଣ ସବୁ ସତର୍କତା ଅବଲମ୍ବନ କରିବେ ପିତାମାତା | ଚାଲନ୍ତୁ ଜାଣିବା ସେ ସମ୍ପର୍କରେ | ଭାରତରେ ଏବେ ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କୋଭିଡ ଟୀକା ଦିଆଯାଉଛି | ଦେଶରେ 1 କୋଟିରୁ ଅଧିକ ପିଲାଙ୍କୁ କୋଭିଡ ଟୀକା ଦିଆସରିଲାଣି | ଡାକ୍ତରମାନେ କହିଛନ୍ତି କରୋନା ଟୀକା ନେଉଥିବା ପିଲାମାନଙ୍କ କ୍ଷେତ୍ରରେ ଅଳ୍ପ ବହୁତ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇପାରେ | ତେଣୁ ଡାକ୍ତର ଟୀକା ନେଉଥିବା ପିଲାମାନଙ୍କ ପିତାମାତାଙ୍କୁ କିଛି ପରାମର୍ଶ ଦେଇଛନ୍ତି | ଡାକ୍ତର କହିଛନ୍ତି ପିଲାମାନେ ଟୀକା ନେଲା ପରେ କିଛି ଅବହେଳା କରନ୍ତୁ ନାହିଁ | ପିଲାମାନେ 2 ଡୋଜ ଟୀକା ନେବାର 4 ସପ୍ତାହ ପରେ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି କ୍ଷମତା ବଢିଥାଏ | ତେଣୁ ଯେଉଁ ପିଲାମାନେ ଟୀକା ନେଉଛନ୍ତି ତାଙ୍କ ପିତାମାତା ଅଧିକ ଯତ୍ନବାନ ହେବା ଆବଶ୍ୟକ | ସିଡିଏସ ଅନୁଯାୟୀ ଟୀକା ନେବା ସ୍ଥାନରେ ଯଦି ଲାଲ ଚିହ୍ନ ଦେଖାଯାଏ ସେଠାରେ ଓଦା କପଡା ରଖନ୍ତୁ | ଟୀକା ନେବାର 15 ମିନିଟ ପର୍ଯନ୍ତ ବିଶ୍ରାମ ନେବା ଓ ଶୋଇକି ରହିଲେ ମୁଣ୍ଡ ବୁଲାଇବା ସମ୍ଭାବନା କମ ରହିଥାଏ | କୋଭିଡ ପରେ ପିଲାଙ୍କୁ ଜ୍ୱର ହେଲେ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଇବାକୁ ଦିଅନ୍ତୁ | ଯଦି ପିଲା ହାଲିଆ ଏବଂ ଶରୀରରେ ବ୍ୟଥା ଅନୁଭବ କରନ୍ତି ତେବେ ସେମାନଙ୍କୁ ତରଳ ପଦାର୍ଥ ଖାଇବାକୁ ଦିଅନ୍ତୁ ଏବଂ ବିଶ୍ରାମ ନେବାକୁ କୁହନ୍ତୁ | ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ତରଫରୁ କୁହାଯାଇଛି ବଜାରରେ ମିଳୁଥିବା ପ୍ୟାକେଟ ତରଳ ପଦାର୍ଥ ପିଲାଙ୍କୁ ପିଇବାକୁ ଦିଅନ୍ତୁ ନାହିଁ | ଟୀକା ନେବା ପୂର୍ବରୁ ପିଲାଙ୍କୁ ପୁରା ପେଟ ଖାଇବାକୁ ଦିଅନ୍ତୁ | ଖାଲି ପେଟରେ ପିଲା ଟୀକା ନେଲେ ମୁଣ୍ଡ ବୁଲାଇବା ଏବଂ ହାଲିଆ ଲାଗିବା ଭଳି ଲକ୍ଷଣ ଦେଖାଦେଇଥାଏ |