ଓମିକ୍ରନ୍ର ଆଶଙ୍କା ଭିତରେ ଆଜିଠାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀର ସମେଟିଭ_୧ ପରୀକ୍ଷା। ସମଗ୍ର ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ କୋଭିଡ ଗାଇଡ୍ ଲାଇନ ଅନୁଯାୟୀ ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା । ଆଜି ପ୍ରଥମ ସିଟିଂରେ ଓଡ଼ିଆ ବିଷୟରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ, ଦ୍ୱିତୀୟ ସିଟିଂରେ ବିଷୟ ରହିଛି ଗଣିତ । ଏଥିଲାଗି ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ୍ ସମୟ ମିଳିବ। ସକାଳ ୧୦ରୁ ୧୧ଟା ଓ ଦିନ ୧୨ରୁ ଗୋଟାଏ ଯାଏଁ ଏଭଳି ଦୁଇଟି ସିଟିଂରେ ପରୀକ୍ଷା ହେବ। ଚାରିଦିନ ଧରି ପରୀକ୍ଷା ଚାଲିବ ପ୍ରଥମ ତିନିଦିନ ଥିଓରୀ ପରୀକ୍ଷା ଥିବାବେଳେ ୮ ତାରିଖରେ କେବଳ ପ୍ରାକ୍ଟିକାଲ ପରୀକ୍ଷା ହେବ। ମଲଟିପୁଲ୍ ଚଏସ୍ ବେସଡ୍ ଓଏମଆର ସିଟ୍ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ମୋଟ୍ ୫୦ ମାର୍କର ପରୀକ୍ଷା ହେବ। ଏଥିପାଇଁ ରାଜ୍ୟର ୩୧୧ଟି ନୋଡାଲ୍ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିସାରିଛି। ସକାଳ ୮ଟାରୁ ନୋଡାଲ୍ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଛି ପ୍ରଶ୍ନପତ୍ର। ପରୀକ୍ଷା ଦେବେ ୫ଲକ୍ଷ ୭୬ ହଜାର ୨୨୩ ଜଣ ଛାତ୍ରଛାତ୍ରୀ। ପ୍ରତି କ୍ଲାସରୁମ୍ରେ ଅତି ବେଶୀରେ ୨୪ ଜଣ ଛାତ୍ରଛାତ୍ରୀ ବସିବେ। ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ଓ କୋଭିଡ ଗାଇଡ୍ ଲାଇନକୁ କ଼ଡାକଡି ଭାବେ ପାଳନ କରିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ପରୀକ୍ଷା ପରିଚାଳନା ପାଇଁ ଜଗତସିଂହପୁର ଜିଲ୍ଲାସ୍ତରରେ ୬୨ଟି ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଗଠନ କରାଯାଇଥିବା ବେଳେ ବୋର୍ଡ ପରୀକ୍ଷା ପାଇଁ ୪୦ ଟି ସ୍ବତନ୍ତ୍ର ସ୍କ୍ୱାଡ୍ ଗଠନ ହୋଇଛି। ବୋର୍ଡ ପକ୍ଷରୁ ଏସ୍ଏ-୧ କାର୍ଯ୍ୟସୂଚୀ ଅନୁଯାୟୀ ୫ ତାରିଖ ପ୍ରଥମ ସିଟିଂରେ ମାତୃଭାଷା, ଦିତୀୟ ସିଟିଂରେ ଗଣିତ ପରିକ୍ଷା ହେବ। ୬ ତାରିଖ ଦିନ ପ୍ରଥମ ସିଟିଂରେ ସାମାଜିକ ବିଜ୍ଞାନ, ଦିତୀୟ ସିଟିଂରେ ଦିତୀୟ ଭାଷା ଇଂରାଜୀ ପରିକ୍ଷା ହବ। ୭ ଦିନ ପ୍ରଥମ ସିଟିଂରେ ବିଜ୍ଞାନ, ଦିତୀୟ ସିଟିଂରେ ତୃତୀୟ ଭାଷା ସଂସ୍କୃତ ପରୀକ୍ଷା ହେବ। ଶେଷରେ ୮ ତାରିଖ ଦିନ ଟିଏଲଭି ପ୍ରାଟିକାଲ ପରିକ୍ଷା ହେବ।। କେନ୍ଦ୍ରାପଡା ଜିଲ୍ଲାରେ ବିଭିନ୍ନ ହାଇସ୍କୁଲରେ ଆରମ୍ଭ ହୋଇଛି ମାଟ୍ରିକ ବୋର୍ଡ ପରୀକ୍ଷା । ଆଜି ସକାଳୁ ତରାଣ୍ଡ ନୋଡାଲ ହାଇସ୍କୁଲରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେହିଭଳି ସୁକିନ୍ଦା ଅଞ୍ଚଳର ବହୁ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ ।