ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କରୋନା । କୋଭିଡ୍ ସଂକ୍ରମିତ ହୋଇଥିବା ନେଇ କେଜ୍ରିୱାଲ୍ ନିଜେ ଟ୍ୱିଟ୍ କରିଛନ୍ତି । ତାଙ୍କ ଠାରେ କୋଭିଡର ସାମାନ୍ୟ ଲକ୍ଷଣ ଦେଖାଦେଇଛି ବୋଲି ସୂଚନାରୁ ଜଣାପଡିଛି । ଏବେ ଘରେ ଆଇସୋଲେସନରେ ରହିଛନ୍ତି କେଜ୍ରିୱାଲ୍ । ବିଗତ କିଛିଦିନ ମଧ୍ୟରେ ତାଙ୍କ ସହ ସଂସ୍ପର୍ସରେ ଆସିଥିବା ଲୋକେ କରୋନା ଟେଷ୍ଟ କରେଇନେବା ପାଇଁ କେଜ୍ରିୱାଲ ନିବେଦନ କରିଛନ୍ତି । । ଦିଲ୍ଲୀରେ କରୋନାର ସ୍ଥିତି ଧିରେ ଧିରେ ଅଣାୟତ ହେବାରେ ଲାଗିଛି । ପଜିଟିଭ୍ ସଂଖ୍ୟା ବଢିଚାଲିଛି । ଦିଲ୍ଲୀରେ କେଜ୍ରିୱାଲ ସରକାର କଟକଣା ଜାରି କରିଥିଲେ ବି କଟକଣାକୁ ମାନୁନାହାନ୍ତି ଲୋକେ । ସେପଟେ ନିର୍ବାଚନି ପ୍ରଚାର ଜୋରଦାର ହେଉଥିବା ବେଳେ କେଜ୍ରିୱାଲଙ୍କ କରୋନା ପଜିଟିଭ୍ ଖବର ସାମ୍ନାକୁ ଆସିଛି । ସୋମବାର ଆମ୍ ଆଦମୀ ପାର୍ଟିର ଆବାହକ କେଜ୍ରିୱାଲ ଉତ୍ତରାଖଣ୍ଡରେ ଜନସଭା କରିଥିଲେ । ଆଗକୁ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଥିବାବେଳେ ଡେରାଡୁନରେ ଲୋକଙ୍କୁ ସମ୍ବୋଧନ କରିଥିଲେ । ଦିଲ୍ଲୀର କୋଭିଡ୍ ସ୍ଥିତି ନେଇ ଆଜି ଡିଡିଏମ୍ଏର ବୈଠକ ବସିବ । ଯେଉଁଥିରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ସାମିଲ୍ ହେବାର ଥିଲା । ଗତ ୨ ସପ୍ତାହ ହେଲା ଦିଲ୍ଲୀରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୪ ହଜାର ୯୯ଟି କୋଭିଡ୍ ସଂକ୍ରମଣ ମାମଲା ଚିହ୍ନଟ ହେଲେଣି । ଦିଲ୍ଲୀରେ କୋଭିଡ୍ ପଜିଟିଭ୍ ରେଟ୍ ୬.୪୬ ପ୍ରତିଶତ ରହିଛି ।