ପୁରୀ: ଆଜି ଶ୍ରୀ ଜିଉଙ୍କ ପଦ୍ମବେଶ । ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇସାରିଛି । ମାଘମାସ ଅମାବାସ୍ୟା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ପ୍ରଥମେ ଯେଉଁ ବୁଧବାର କିମ୍ବା ଶନିବାର ପଡେ ସେହିଦିନ ମହାପ୍ରଭୁଙ୍କ ଅତୀବ ରମଣୀୟ ପଦ୍ମବେଶ ଅନୁଷ୍ଠିତ ହୋଇଥାଏ। ତେଣୁ ଆଜି ସେହି ଶନିବାର ପଡୁଥିବାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ପବିତ୍ର ପଦ୍ମଵେଶ ଅନୁଷ୍ଠିତ ହେବ ଜ୍ଝ ବଡ଼ଚ୍ଛତା ମଠ ପକ୍ଷରୁ ପ୍ରତିବର୍ଷ ଏହି ବେଶ ଯୋଗାଇ ଦିଆଯାଇଥାଏ ଜ୍ଝ ସୋଲ, କଦଳୀ ପାଟୁକା, ଜରି, ଜମ୍ବୁରା ଆଦି ପାରମ୍ପରିକ ରଙ୍ଗ ଓ ଅଠା ବ୍ୟବହାର କରାଯାଇ ଏହି ବେଶ ପ୍ରସ୍ତୁତ କରାଯାଇଥାଏ । ଏହି ବେଶ ପ୍ରସ୍ତୁତକାରୀ ହବିଷଅର୍ଣ୍ଣ ସେବନ କରିଥାନ୍ତି। ମହାପ୍ରଭୁଙ୍କ ଉଦ୍ୟେଶ୍ୟରେ ଶ୍ରଦ୍ଧା ଓ ଭକ୍ତି ଭାବ ରଖି ଏହି ବେଶ ନିର୍ମାଣ କରିଥାନ୍ତି । ବଡ଼ସିଂହାର ବେଶରେ ଠାକୁର ମାନଙ୍କୁ ଏହି ବେଶ କରାଯିବ । ଏହି ବେଶ ପରେ ମହାପ୍ରଭୁଙ୍କ ନିକଟରେ ଖିରି ଓ ଅମାଲୁ ଭୋଗ କରାଯିବ । ପଦ୍ମବେଶ ଥାଇ ଶ୍ରୀଜୀଉ ମାନେ ପହୁଡ ହେବାର ପରମ୍ପରା ରହିଛି। ମଙ୍ଗଳା ଆଳତୀ ପର୍ଯ୍ୟନ୍ତ ମହାପ୍ରଭୁ ଏହି ବେଶରେ ଭକ୍ତଙ୍କୁ ଦର୍ଶନ ଦେବାର ପରମ୍ପରା ରହିଥିବା ବେଳେ ଭକ୍ତମାନେ ମହାପ୍ରଭୁଙ୍କୁ ପଦ୍ମ ବେଶରେ ଦର୍ଶନ କରିପାରିବେ । ତେବେ ଅବକାଶ ନୀତି ବଢିବା ପରେ ବେଶ ଓଲାଗି କରାଯିବ। ଭକ୍ତ ମନହର ଦାଶ ର ମନବାଞ୍ଚା ପୂର୍ଣ୍ଣ କରିବା ପାଇଁ ମହାପ୍ରଭୁ ଏହି ବେଶ ଧାରଣ କରିଥିବାରୁ ପୌରାଣିକ ମତ ଅନୁଯାୟୀ ମହାପ୍ରଭୁଙ୍କ ଏହି ଅନନ୍ୟ ପଦ୍ମ ବେଶ କରାଯାଇଥାଏଜ୍ଝତେବେ ଆସନ୍ତାକାଲି ରବିବାର ଜ୍ଝ ଝଙଚ ରେ କୋହଳ କରାଯାଇଥିବାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲା ରହିବ ଏବଂ ଭକ୍ତମାନେ ମାନେ ମହାପ୍ରଭୁଙ୍କ ଏହି ଅନନ୍ୟ ବେଶ ଦର୍ଶନ ର ସୌଭାଗ୍ୟ ପାଇପାରିବେ ଜ୍ଝ ତେବେ ନୂଆ ଝଙଚ ଅନୁଯାୟୀ ଆଜି ମଧ୍ୟ ସିଂହଦ୍ୱାର ଦେଇ ଭକ୍ତ ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବା ବେଳେ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି ।