ନିଜ ଜନ୍ମ କଲା ଛୁଆକୁ ମାରିଦେଲା ମା । ୨ ମାସର ଶିଶୁପୁତ୍ରକୁ କୂଅକୁ ଫିଙ୍ଗି ମାରିଲା ମାଆ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଦୁମୁକା ପଞ୍ଚାୟତ କାନପୁର ଗ୍ରାମରେ ଘଟିଛି ଏଭଳି ଲୋମହର୍ଷଣ କାରି ଘଟଣା । ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ସତ୍ୟ ରଂଜନ ପରିଡ଼ାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ପରିଡା ନିଜ ଜନ୍ମିତ ପୁଅକୁ ତଣ୍ଟିଚିପି ମାରିଦେଇଥିବା ଅଭିଯୋଗ ହୋଇଛି । ରାତିରେ ଘରେ ସମସ୍ତେ ଶୋଇବା ପରେ ଲକ୍ଷ୍ମୀପ୍ରିୟା ପୁଅର ମୃତଦେହକୁ ଏକ ଜରି ଅଖାରେ ଭର୍ତି କରି ସେଥିରେ ପଥର ବାନ୍ଧି କୂଅରେ ଫିଙ୍ଗି ଦେଇଥିଲେ। ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ବେଶ ଆଲୋଡନ ସୃଷ୍ଟି ହୋଇଛି। ଘଟଣା ସ୍ଥଳରେ ମାର୍ଶାଘାଇ ପୋଲିସ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତାରେ କୂଅରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରିଛି । ପୋଲିସ ମା,ବାପାଙ୍କୁ ଥାନାକୁ ଉଠାଇଆଣି ପଚରାଉଚରା ଚଲାଇଛି। ପରକ୍ରିୟା ପ୍ରୀତି ଯୋଗୁ ଏଭଳି ଅଘଟଣ ଘଟିଥିବା ସ୍ଥାନୀୟ ପଡୋଶୀମାନେ ସନ୍ଦେହ ପ୍ରକଟ କରୁଥିବା କହିଛନ୍ତି । ତେବେ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ ।