ଆଗକୁ ପଞ୍ଚାୟତ ନିର୍ବାଚନ। ଯାହାକୁ ନେଇ ସବୁଆଡେ ନିର୍ବାଚନୀ ତାତି ଦେଖିବାକୁ ମିଳୁଛି । କିଛି ସ୍ଥାନରେ ନିର୍ବାଚନୀ ହିଂସା ବସା ବାନ୍ଧିଲାଣି । ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ୍ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତରେ ଏବେ ଠାରୁ ନିର୍ବାଚନ ହିଂସାର ଧୁଆଁ ଦେକହିବାକୁ ମିଳିଲାଣି । ଆଶାୟୀ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ନବ ବର୍ଷ ୨୦୨୨ ଉପଲକ୍ଷେ ଶୁଭେଚ୍ଛା ବାର୍ତ୍ତା ଓ ଅଭିନନ୍ଦନ ବ୍ୟାନର ଲଗାଇଥିବା ବେଳେ ଗତକାଲି ରାତିରେ କିଛି ଦୁର୍ବୃତ୍ତ ଏହି ବ୍ୟାନର ଚିରି ଦେଇଥିବା ଦେଖିବାକୁ ମିଳିଛି । ଏପରିକି କିଛି ଦଳୀୟ ସମର୍ଥକଙ୍କୁ ମାଡ ମାରିବା ଓ ଧମକ ଚମକ ଦେବା କଥା ମଧ୍ଯ ସାମ୍ନାକୁ ଆସିଛି। ଯାହାକୁ ନେଇ ହିଂସାର ଶିକାର ହୋଇଥିବା ଗୋବିନ୍ଦପୁରବାସୀଙ୍କ ପକ୍ଷରୁ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଛି। ୫୧୫୧ ଟି ଭୋଟର ଏବଂ ୧୫ ୱ୍ଆର୍ଡ କୁ ନେଇ ଗଠିତ ଗୋବିନ୍ଦପୁର ପଞ୍ଚାୟତ। ଏଥିରେ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ନବ ବର୍ଷ ୨୦୨୨ ଉପଲକ୍ଷେ ଭୋଟରମାନଙ୍କୁ ପ୍ରଭାବିତ କରିବାକୁ ଶୁଭେଛା ବାର୍ତ୍ତା ଓ ଅଭିନନ୍ଦନ ବ୍ୟାନର ଲଗାଇଥିଲେ । ହେଲେ ଗତକାଲି ରାତିରେ କିଛି ଦୁର୍ବୃତ୍ତ ଏହି ବ୍ୟାନର ଚିରି ଦେଇଥିବାବେଳେ ଆଉ କିଛି ଦଳୀୟ ସମର୍ଥକଙ୍କୁ ମାଡ ମାରିବା ଓ ଧମକ ଚମକ ଦେବା କଥା ମଧ୍ଯ ସାମ୍ନାକୁ ଆସିଛି। ଯାହାକୁ ନେଇ ହିଂସାର ଶିକାର ହୋଇଥିବା ଗୋବିନ୍ଦପୁର ବାସୀଙ୍କ ପକ୍ଷରୁ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଛି। ଯାହା ଏବେ କେବଳ ତିର୍ତ୍ତୋଲରେ ନୁହେଁ ସମଗ୍ର ଜିଲ୍ଲାରେ ଚର୍ଚାର ବିଷୟ ପାଲଟିଛି । ତେଣୁ ଉତେଜନା ପୂର୍ବକ ଓ ସମ୍ବେଦନଶୀଳ ଭୋଟର କେନ୍ଦ୍ର ମାନଙ୍କରେ ବ୍ୟାପକ ନିରାପତ୍ତା ଯୋଗାଇ ଦେବା ସଙ୍ଗେ ସଙ୍ଗେ ଶାନ୍ତିଶୃଙ୍ଖଳା ମଧ୍ୟରେ ଭୋଟ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ସଚେତନ ନାଗରିକମାନେ ନିର୍ବାଚନ କମିଶନ ର ଜିଲ୍ଲା ପ୍ରଶାସନ ନିକଟରେ ଦୃଢ଼ ଦାବି କରିଛନ୍ତି। ଯଦି ଏହା ପ୍ରତି ଦୃଷ୍ଟି ନଦିଆଯାଏ ତେବେ ଆଗକୁ ହେବାକୁ ଥିବା ନିର୍ବାଚନରେ କିଛିବି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ବୋଲି ଆଲୋଚନା ହେଉଛି ।