ପ୍ରକୃତିର ଅବଦାନକୁ ମନୁଷ୍ୟ ଠୁ ଆରମ୍ଭ କରି ଜୀବଜନ୍ତୁ ବି ଉପଭୋଗ କରନ୍ତି। କିଏ କହେ ଶୀତଦିନେ ମଣିଷମାନଙ୍କ ପାଇଁ କେବଳ ଖରାର ଆବଶ୍ୟକତା ରହିଛି । ଏହା ଏକ ଭୁଲ ଧାରଣା । ମଣିଷ ଭଳି ପଶୁପକ୍ଷୀମାନେ ମଧ୍ୟ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଖରା ପୋଇଁଥାନ୍ତି । ତେବେ ଆମେ ଏଥିପାଇଁ କହୁଛୁ ଆଜି ଆମ କ୍ୟାମେରା ଲେନ୍ସରେ କଏଦ ହୋଇଛି ଏଭଳି ଏକ ନିଆରା ଦୃଶ୍ୟ । ଦେଖନ୍ତୁ ଶୀତଦିନେ କେଉଁ ଭଳି ଭାବରେ କଇଁଛମାନଙ୍କ ପାଇଁ ସୂର୍ଯ୍ୟ କିରଣର ଆବଶ୍ୟକତା ରହିଛି । ଏ ଦୃଶ୍ୟ ହେଉଛି କଟକ ସଦର ବ୍ଲକ ଅନ୍ତର୍ଗତ କିଶୋର ନଗର ମହାନଦୀ କୁଳ ବ୍ରିଜ ନିକଟର। ମଣିଷ ଓ ଗାଡିମୋଟର କୋଳାହଳର ଶବ୍ଦକୁ ଭୃକ୍ଷେପ ନ କରି ଛୋଟ ଛୋଟ କଇଁଛ ଛୁଆ ଥଣ୍ଡାରୁ ଟିକେ ଲାଘବ ପାଇବା ପାଇଁ ସୂର୍ଯ୍ୟକିରଣର ଉଷୁମକୁ ଉପଭୋଗ କରୁଛନ୍ତି। ଏହିଥିରୁ ପ୍ରମାଣିତ ହେଉଛି ଶୀତଦିନେ ସୂର୍ଯ୍ୟଙ୍କ କିରଣର ମହତ୍ତ୍ଵ କେତେ ଅଧିକା।