ସାବଧାନ ! ଦିଲ୍ଲୀ ଏବଂ ମୁମ୍ବାଇରେ ଆରମ୍ଭ ହୋଇଗଲାଣି କରୋନାର ତୃତୀୟ ଲହର | ଅନ୍ୟପକ୍ଷେ ଦିଲ୍ଲୀ-ମୁମ୍ବାଇରେ ଗୋଷ୍ଠୀ ସଂକ୍ରମଣର ରୂପ ନେଉଥିବା ଜଣାଯାଇଛି | ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ କହିଛନ୍ତି କି କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବ୍ୟାପିବାରେ ଲାଗିଛି | ଜାତୀୟ ରାଜଧାନୀରେ ଜିନୋମ ସିକ୍ୱେନ୍ସ ପାଇଁ ପଠାଯାଇଥିବା ନମୁନାଗୁଡିକର 46% ରେ ‘ଓମିକ୍ରନ୍’ ଚିହ୍ନଟ ହୋଇଛି। ଏପରିକି ଯେଉଁ ଲୋକମାନେ ବାହାର ଦେଶକୁ ଯାତ୍ରା କରି ନାହାଁନ୍ତି ସେମାନଙ୍କଠାରେ ବି ଓମିକ୍ରନ ସଂକ୍ରମଣ ଦେଖିବାକୁ ମିଳିଛି । ଏହାର ଅର୍ଥ ଧିରେ ଧିରେ ଓମିକ୍ରନ ଗୋଷ୍ଠୀ ସଂକ୍ରମଣର ରୂପ ନେଉଥିବା କଥା ସେ କହିଛନ୍ତି ।
ଦିଲ୍ଲୀ ସହିତ ମୁମ୍ବାଇରେ କରୋନା ଭାଇରସର ତୃତୀୟ ଲହର ମଧ୍ୟ ଆରମ୍ଭ ହୋଇଯାଇଛି। ମହାରାଷ୍ଟ୍ର କୋଭିଡ ଟାସ୍କ ଫୋର୍ସର ସଦସ୍ୟ ଡକ୍ଟର ଶଶାଙ୍କ ଯୋଶୀ କହିଛନ୍ତି ଯେ ମୁମ୍ବାଇରେ ତୃତୀୟ ତରଙ୍ଗ ଆରମ୍ଭ ହେବା ଏକ ଚିନ୍ତାର ବିଷୟ | କିନ୍ତୁ ସେ କହିଛନ୍ତି ଏଥିପାଇଁ ଭୟଭୀତ ହେବାର ଆବଶ୍ୟକତା ନାହିଁ। କାରଣ ଏପର୍ଯ୍ୟନ୍ତ କୌଣସି ଓମିକ୍ରନ ସଂକ୍ରମିତ ରୋଗୀଙ୍କୁ ଅକ୍ସିଜେନ ସପୋର୍ଟ ଆବଶ୍ୟକତା ପଡି ନାହିଁ । ଏହି ନୂତନ ମାମଲାଗୁଡ଼ିକରେ ସାମାନ୍ୟ ଲକ୍ଷଣ ରହିଛି , ତେଣୁ ଏହାକୁ ଆମେ ସହଜରେ ମୁକାବିଲା କରିପାରିବା |
କହିରଖୁ କି ଏପର୍ଯ୍ୟନ୍ତ ସାରା ଦେଶରେ ୯୬୧ ଜଣ ଓମିକ୍ରନ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ଏବେ ଦିଲ୍ଲୀ ସବୁଠାରୁ ଆଗରେ ରହିଛି । ଦିଲ୍ଲୀରେ ୨୬୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟହୋଇଥିବା ବେଳେ ମହାରାଷ୍ଟ୍ରରେ ୨୫୨, ଗୁଜୁରାଟରେ ୯୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଦିଲ୍ଲୀରେ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦିଲ୍ଲୀ ସରକାର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଗ୍ରେଡେଡ ଆକ୍ସନ ରେସ୍ପନ୍ସ ପ୍ଲାନ (ଜିଆରଏପି) ଲାଗୁ କରିଛନ୍ତି ।