ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚିହ୍ନ ତାଲିକା । ଚିହ୍ନଗୁଡିକ ସମ୍ପର୍କରେ ଅବଗତ କରାଇଲେ ରାଜ୍ୟ ନିର୍ବାଚନ ଆୟୋଗ। ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତିସଭ୍ୟଙ୍କ ପାଇଁ ଜାରି ହୋଇଛି ଚିହ୍ନ । ୱାର୍ଡ ମେମ୍ବରଙ୍କ ପାଇଁ ୧୫ଟି, ସରପଞ୍ଚଙ୍କ ପାଇଁ ୩୨ଟି ଓ ସମିତି ସଭ୍ୟ ପାଇଁ ୧୯ଟି ଚିହ୍ନ ରହିଛି । ସେହିପରି ସ୍ୱାଧୀନ ଜିଲ୍ଲା ପରିଷଦ ପାଇଁ ୧୯ଟି ଚିହ୍ନ ରହିଛି ।ତେବେ ଜିଲ୍ଲା ପରିଷଦ ଆସନ ପାଇଁ ସ୍ୱୀକୃତିପ୍ରାପ୍ତ ଦଳଗୁଡିକ ଦଳୀୟ ଚିହ୍ନରେ ଲଢିବେ। ରାଜ୍ୟ ନିର୍ବାଚନ କମିଶନର ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ସ୍ୱୀକୃତି ପ୍ରାପ୍ତ ଦଳ ସେମାନଙ୍କ ଦଳୀୟ ଚିହ୍ନରେ ଲଢ଼ିବେ ଜିଲ୍ଲା ପରିଷଦ ଆସନ। ଖବର ଅନୁଯାୟୀ, ଆଉ କିଛି ଦିନ ମଧ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ସେପଟେ ଭୋଟ ପୂର୍ବରୁ ଓବିସି ସଂରକ୍ଷଣ ପାଇଁ ବିଜେପି ଦାବି କରିଛି। ଏ ନେଇ ଦଳ ଗତକାଲି ଉଭୟ ରାଜ୍ୟପାଳ ଓ ନିର୍ବାଚନ କମିଶନରଙ୍କୁ ଭେଟିଥିଲା।