ଜମିପଟ୍ଟା କରାଇ ଦେବାକୁ କହି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଜଣେ ଆରଆଇ । ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ ଟିମ। ଜଗତସିଂହପୁର ଜିଲ୍ଲା ଏରସମା ତହସିଲ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟ କରୁଥିବା ଆର.ଆଇ ସମୀର ମଲ୍ଲିକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ମ୍ୟୁଟେସନ କେସ୍ ରେ ଜମିପଟ୍ଟା କରାଇ ଦେବାକୁ କହି ଧୋବେଇ ଜଙ୍ଗଲ ରାଜସ୍ୱ ଗ୍ରାମର ଝାଟିପାରି ଶ୍ରୀମନ୍ତ ମଣ୍ଡଳଙ୍କଠାରୁ ଆରଆଇ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରା ପଡ଼ିଥିଲେ । ପୁର୍ବ ପ୍ରସ୍ତୁତି ଅନୁସାରେ ଭିଜିଲାନ୍ସ ଟିମ ଛକିଥିବା ବେଳେ ନିମୋଳ ଆରଆଇ ସମୀର ମଲ୍ଲିକ ଅଫିସ ଯିବା ବାଟରେ ଶ୍ରୀମନ୍ତଙ୍କଠାରୁ କେମିକାଲ ବୋଳା ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗୀୟ ଅଧିକାରୀ ଅଂକୁ କାବୁ କରିନେଇଥିଲେ ।ସମୀରଙ୍କୁ ଭିଜିଲାନ୍ସ ବିଭାଗ ଜଗତସିଂହପୁର କାର୍ଯ୍ୟାଳୟକୁ ନିଆଯାଇଥିବା ବେଳେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି। ପୁର୍ବରାଗ ରଖି ତାଙ୍କୁ ଫସେଇ ଦିଆଯାଇଥିବା କହିଛନ୍ତି ଅଭିଯୁକ୍ତ ଆର.ଆଇ ସମୀର ମଲ୍ଲିକ।