ଯୌତୁକ ଜୁଇରେ ଜଳିଗଲା ଆଉ ଏକ ନିରୀହ ଜୀବନ I ୫୦ ହଜାର ଟଙ୍କା ପାଇଁ ବଳି ପଡିଲେ ବଧୂ I ବୋହୂ ରୂପାଲୀ ଆତ୍ମହତ୍ୟା କରିଥିବା ଶାଶୂଘର ଲୋକେ କହିଥିବା ବେଳେ ତାଙ୍କ ଝିଅକୁ ଯୌତୁକ ପାଇଁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ବାପାଘର ଲୋକେ I ଏଭଳି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ଅନ୍ତ୍ରଗର୍ତ ନାଉଗାଁ ଥାନା ଅଂଚଳରେ I ସୂଚନାମୁତାବକ ନାଉଗାଁ ଥାନା ଅଧୀନ ଅବଦଲ୍ପୁର ଗ୍ରାମର ଫୁକୁନା ଦାସଙ୍କ ଝିଅ ରୂପାଲୀ ଦାସ I ୨୦୧୮ରେ ରୂପାଲୀ ନିଆଳି ଥାନା ଅନ୍ତ୍ରଗର୍ତ ରାଣୀପଡ଼ା ଗ୍ରାମର ମନୋଜଙ୍କୁ ବିବାହ କରିଥିଲେ I ବିବାହ ପୂର୍ବରୁ ପୁଅ ଘର ପକ୍ଷରୁ ଦେଢ଼ ଲକ୍ଷ ଟଙ୍କା ଯୌତୁକ ଦାବି କରାଯାଇଥିଲା I ହେଲେ ଝିଅର ବାପା ଫୁକୁନା ୯୦ ହଜାର ଟଙ୍କା ଦେଇଥିବା ବେଳେ ବିବାହ ପରେ ଗାଈ ବିକି ଆଉ ୧୦ ହଜାର ଟଙ୍କା ଦେଇଥିଲେ I ଯୌତୁକ ବାବଦରେ ବାକି ରହିଯାଇଥିଲା ୫୦ ହଜାର ଟଙ୍କା I ଏଥିପାଇଁ ରୂପାଲୀଙ୍କୁ ପ୍ରତେକ ଦିନ ଦିଆ ଯାଉଥିଲା ଶାରୀରିକ ଓ ମାନସିକ ନିର୍ଯାତନା I ଗତ କିଛି ଦିନ ତଳେ ଶାଶୂଘର ଲୋକ ବୋହୂ ରୂପାଲୀକୁ ଵକେୟା ଟଙ୍କା ଆଣିବା ପାଇଁ ତାଙ୍କ ବାପାଘରକୁ ପଠାଇ ଦେଇଥିଲେ I ହେଲେ ୪ ମାସ ପରେ ନାତିର ପ୍ରଥମା ଅଷ୍ଟୀମୀ କହି ପୁଣି ବୋହୂ କୁ ଘରକୁ ଆଣିଥିଲେ I କିନ୍ତୁ ହଟାତ ଶାଶୁ ଘର ଲୋକେ ଗତ ୨୬ ତାରିଖରେ ଫୋନ କଲେ ତମ ଝିଅ ରୂପାଲୀ ଆଉ ନାହିଁ, ସେ ଆତ୍ମହତ୍ୟା କରିଛି I କିନ୍ତୁ ବାପା ଘର ଲୋକେ ସେଠି ପହଂଚିବା ପରେ ତାଙ୍କର ସନ୍ଦେହେ ହେଲା ତାଙ୍କ ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି I ବାପା ଘର ଲୋକଙ୍କୁ ପକ୍ଷରୁ ନିଆଳି ଥାନାରେ ଏ ନେଇ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବେଛଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି l