ସମସ୍ତେ ଚାଲିଲେ ତପସ୍ୱିନୀ ଓ ସୁମିତ ପଛରେ । ଏହା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ନୁହେଁ ତ ? ଏ ବର୍ଷର ଆରମ୍ଭରେ ଅର୍ଥାତ୍ ଜାନୁଆରୀ ୨ ତାରିଖରେ ହୋଇଥିଲା ମାହାଙ୍ଗା ଡବଲ ମର୍ଡର । ଆଉ ଅକ୍ଟୋବର ମାସରେ ଘଟିଲା ଆଉ ଏକ ହତ୍ୟାକାଣ୍ଡ ତାହା ହେଲା ମମିତା ମେହେର ହତ୍ୟା କାଣ୍ଡ । ଏଥିରେ ଡବଲ ମର୍ଡର ଯେତିକି ଆଲୋଡନ ସୃଷ୍ଟି କରିପାରିନଥିଲା ତା ଠାରୁ ବହୁ ଅଧିକ ସାରା ଦେଶରେ ଆଲୋଚନା ହେଲା ମମିତା ମେହେର ହତ୍ୟା କାଣ୍ଡ । ମମିତା ମେହେର ମହାଲିଙ୍ଗ ସନସାଇନ ସ୍କୁଲର ଅଧ୍ୟକ୍ଷା । ଏଥିରେ ସମ୍ପାଦକ ଥିଲେ ଗୋବିନ୍ଦ ସାହୁ ଯେଉଁ ଗୋବିନ୍ଦ ସାହୁ ତାଙ୍କୁ ମାରିଲେ । ସେଠାରେ ମହାଲିଙ୍ଗ କଲେଜରେ ଥିବା ଛାତ୍ରୀ ନିବାସରେ ଏକ କୋଠରୀରେ ରହୁଥିଲେ ମମିତା । କଲେଜରେ ଚାଲୁଥିବା କାଣ୍ଡ କାରଖାନା ସିଏ ଜାଣିଥିଲେ । ତାଙ୍କୁ ଅପହରଣ କରିନିଆଗଲା ଓ ଶେଷରେ ତାଙ୍କୁ ମାରିଦିଆଗଲା । ତାଙ୍କୁ ମାରିଲେ ହାଣିଲେ କଲେଜ କ୍ୟାମ୍ପସ ଭିତରେ ଆସ୍କାଭେଟର ଲଗାଇ ମାଟି ଖୋଳି ତାଙ୍କୁ ପୋଡ଼ିଲେ ପୋତିଲେ । ଏହା ଆପଣମାନେ ଜାଣିଛନ୍ତି । କୁଆଡେ ଗଲା ମମିତାର ମୃତ୍ୟୁ ରହସ୍ୟ ? କୁଆଡେ ଲିଭିଲା ଗଜପତିର ଜଙ୍ଗଲ ଅଧିକାରୀ ସୋମ୍ୟଙ୍କ ମୃତ୍ୟୁର ମୂଳ ତତ୍ତ୍ୱ । ମମିତା ମୃତ୍ୟୁକୁ ନେଇ ଯେତିକି ତୁମ୍ବି ତୁଫାନ ହୋଇଥିଲା ତାହା ସବୁ ମିଳେଇ ଗଲାକି ? ମମିତା ମୃତ୍ୟୁ ପାଇଁ ଉଭୟ ବିଧାନସଭା ବାହାରେ ଓ ଭିତରେ ଚାଲିଲା ହଟ୍ଟଗୋଳ । ଗୃହ ଭିତରେ ଗୋବରପାଣି ପକାଇବା ଠାରୁ ଘଣ୍ଟ ବଜାଇବା ପର୍ଯ୍ୟନ୍ତ । ବାହାରେ ଢେଲା ମରାଯାଇ ମୁଣ୍ଡ ଫାଟିବା ଠାରୁ ଆରମ୍ଭ କରି କ°ଗ୍ରେସ ଭବନ ପଶି ମାଡ଼ ମାରିବା ପର୍ଯ୍ୟନ୍ତ ସବୁଆଡେ ମମିତା ତାତି ଥିବା ବେଳେ ଏବେ ସେସବୁ ପ୍ରସଙ୍ଗରୁ ଏଡାଇ ଯାଇ ହଠାତ୍ ସ୍ୱାମୀ ସ୍ତ୍ରୀ ର କଳହ ମୂଖ୍ୟ ପ୍ରସଙ୍ଗ ହେଲା କିପରି ? ଆପଣମାନେ ଏହାର ଉତ୍ତର ରଖିବେ ।