ସୋରଡ଼ା ବ୍ଲକ ଗୋପାଳପୁରଶାସନ ଗ୍ରାମ ର ଏକ ଧାନ ଚାଷ ଜମିରେ ଗତ 9 ଦିନ ହେଲା ଗୋଟିଏ କୋଳ ଥୀଆ ନାଗ ସାପ ଖୋଲା ଜମି ରେ ରହିଛି l ଏପରିକି ତାକୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର କରାଗଲେ ମଧ୍ୟ ସେହି ଗୋଟିଏ ସ୍ଥାନ ରେ ଆସି ରହୁଛି l କାହାର କିଛି କ୍ଷତି କରୁନଥିବା ବେଳେ ସେହି ସ୍ଥାନରୁ ଅନ୍ୟ କୁଆଡେ ମଧ୍ୟ ନ ଯିବା ସମସ୍ତ ଙ୍କୁ ଚକିତ କରିଛି l ଏପରିକି ଅଂଚଳ ର ଜନସାଧାରଣ ଙ୍କ ପ୍ରତିଦିନ ଭିଡ଼ ଲାଗିଛି ସେହି ସ୍ଥାନ କୁ l ଫୁଲ, କ୍ଷୀର ନେଇ ପୂଜା ଆରମ୍ଭ ହୋଇଛି l ତାକୁ ଛୁଇଲେ ମଧ୍ୟ ଧୀରସ୍ଥିର ଭାବେ ଚଳ ପ୍ରଚଳ ହେଉଛି l ଖବର ପ୍ରଚାରିତ ହେବା ପରେ ଆଜିଠାରୁ ସେଠାକୁ ଲୋକଙ୍କ ସୁଅ ଛୁଟିଛି l ସରପଞ୍ଚ ଦେବରାଜ ମଳିକ ଙ୍କୁ ଯୋଗାଯୋଗ ରେ ସେ କହିଛନ୍ତି ଉକ୍ତ ବିଷୟ ରେ ଶୁଣିଛି କିନ୍ତୁ ଘଟଣା ସ୍ଥଳ କୁ ଯାଇନାହିଁ ବୋଲି କହିଛନ୍ତି I ଗ୍ରାମବାସୀ ମନୋଜ ଖାଡ଼ଙ୍ଗା ଙ୍କ କହିବା ଅନୁଯାଇ ସାପ ଟିକୁ ନେଉଳ ଆକ୍ରମଣ କରି ତାର ମୁଖ ଭାଗ କୁ କ୍ଷତାକ୍ତ କରିଦେଇଥାଇପାରେ I ଯାହାକି ସେ ସେଠାରୁ ଯାଇ ପାରୁନି ବୋଲି କହିଛନ୍ତି I ଅନ୍ୟ ପଟେ ଗୋଟିଏ ସ୍ଥାନରେ ସେ ରହିବା ଘଟଣାକୁ କିଛି ଅଲୌକିକ ଘଟିବା ର ସମ୍ଭାବନା ଥାଇପାରେ ବୋଲି ଗୁଜବ ହେଉଛି I