ଏନଏନଏସ୍: ଜଗତସିଂହପୁରର ସାରଳା ମନ୍ଦିରରେ ଚନ୍ଦନ ଯାତ୍ରା ବେଳେ ଅଘଟଣ । ବାଣ ଫୁଟି ୮ ଜଣ ଆହତ ହୋଇଛନ୍ତି । ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଅଘଟଣ ଘଟିଛି। ଆହତଙ୍କ ମଧ୍ୟରେ ୪ ଜଣ ଶିଶୁ ଏବଂ ୨ ଜଣ ପୋଲିସ କର୍ମଚାରୀ ଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଚନ୍ଦନ ଯାତ୍ରା ଚାଲିଥିବାବେଳେ ବାଣୁଆ ବାଣ ଫୁଟାଉଥିଲେ । ଏହି ସମୟରେ ବାଣ ନିଆଁ ଛିଟିକି ବାଣ ଗଦା ଉପରେ ପଡ଼ିବାରୁ ଜୋରରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଫଳରେ ସେଠାରେ ଉପସ୍ଥିତ କିଛି ଲୋକଙ୍କ ଉପରେ ନିଆଁ ପଡ଼ିବାରୁ ସେମାନେ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।