ରଜନୀକାନ୍ତଙ୍କୁ ମିଳିଲା ଦାଦାସାହେବ ଫାଲକେ ଆୱାର୍ଡ
ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କଠାରୁ ସାଉଥ୍ ଷ୍ଟାର୍ ରଜନୀକାନ୍ତ ଭାରତର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଦାଦାସାହେବ ଫାଲକେ ପୁରସ୍କାର ଗ୍ରହଣ କରିଛନ୍ତି । ଜଣେ ଅଭିନେତା, ପ୍ରଡ୍ୟୁସର ଏବଂ ସ୍କ୍ରିପ୍ଟ ଲେଖକ ଭାବେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୬୭ତମ ନ୍ୟାସନାଲ ଫିଲ୍ମ ଆୱାର୍ଡ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ତେବେ ଏହି ସର୍ବୋଚ୍ଚ ପୁରସ୍କାରକୁ ସେ ତାଙ୍କ ଗୁରୁ ଏବଂ ମେଣ୍ଟର କେ. ବାଲ୍ଚନ୍ଦର୍, ତାଙ୍କ ଭାଇ ଥିରୁ ସତ୍ୟ ନାରାୟଣ ରାଓ ଗାଇକୱାଡ୍ ଏବଂ ସେ ବସ୍ରେ କଣ୍ଡେକ୍ଟର କାମ କରୁଥିବାବେଳେ ବସ୍ର ଡ୍ରାଇଭର ଭାବେ କାର୍ଯ୍ୟରତ ତାଙ୍କ ଘନିଷ୍ଠ ସାଙ୍ଗ ରାଜ୍ ବାହାଦୂରଙ୍କୁ ଉତ୍ସର୍ଗ କରିଛନ୍ତି । ମୁଁ ବସ୍ କଣ୍ଡେକ୍ଟର ଭାବେ କାମ କରୁଥିବାେବେଳ ମୋ ସାଙ୍ଗ ହିଁ ଏକମାତ୍ର ଜଣେ ଯିଏକି ମୋର ଆକ୍ଟିଂ ଟ୍ୟାଲେଣ୍ଟକୁ ଚିହ୍ନି ପାରିଥିଲା । ଏବଂ ସିନେମା ଜଗତକୁ ଆସିବା ପାଇଁ ମୋତେ ପ୍ରେରଣା ଦେଇଥିଲା । ଏଥିସହିତ ତାଙ୍କ ଫ୍ୟାନ୍ମାନଙ୍କୁ ମଧ୍ୟ ସେ ଧନ୍ୟବାଦ ଦେଇଥିଲେ । ସେ କହିଲେ ମୋ ଫ୍ୟାନ୍ମାନଙ୍କ ବିନା ମୁଁ କିଛି ନୁହେଁ ।