ଜଟଣୀ ନିକଟବର୍ତ୍ତୀ ଓଡ଼ିଶା ମାନଚିତ୍ରରେ ଥିବା ପ୍ରସିଦ୍ଧ ହରିରାଜପୁର ଗ୍ରାମର ଆରାଧ୍ଯ ଠାକୁର ଶ୍ରୀ ଶ୍ରୀ ପଶ୍ଚିମା ଶମ୍ଭୁ ସୋମନାଥ ଦେବଙ୍କ ପିଠସ୍ଥଳ ସନ୍ନିକଟ ଶ୍ମସାନ ପଡ଼ିଆରେ ରାଜ୍ୟର ସର୍ବୋଚ୍ଚ ମହାଦେବଙ୍କ ପ୍ରସ୍ତର ମୂର୍ତ୍ତୀ ନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇଛି l ପ୍ରାୟ ୬୦ଫୁଟ୍ ଉଚ୍ଚତା ବିଶିଷ୍ଟ ଯୋଗାସନ ମୁଦ୍ରାରେ ବସିଥିବା ଦେବାଧିଦେବଙ୍କ ପ୍ରତିମୂର୍ତ୍ତି ଖାଣ୍ଡେଲାଇଟ ପ୍ରସ୍ତରରେ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ସମ୍ପନ୍ନ ଲାଭ କରିଥିବା ସ୍ଥପତି ଗୁରୁ ରମାକାନ୍ତ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ବିଶାଳକାୟ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି l ଏ ନେଇ ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା କରାଯିବା ପରେ ପ୍ରସ୍ତର ଖୋଦେଇ ଆରମ୍ଭ ହୋଇଥିଲା, ଏହି ନିର୍ମାଣର ବ୍ୟୟ ଅଟକଳ ୪ କୋଟି ରଖାଯାଇଥିବାବେଳେ ଆପତତଃ ତିନି ଚାରି ବର୍ଷ ସମୟସୀମା ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଛି l ଏହି କାର୍ଯ୍ୟକ୍ରମ ହରିରାଜପୁର ମେଳଣ କମିଟି ସଂଯୋଜକ ପ୍ରସନ୍ନ ମହାରଥୀ ଓ ଗ୍ରାମ୍ୟ କମିଟିର ସହଯୋଗରେ ଆରମ୍ବ ହୋଇଛି l