ଏନଏନଏସ୍: ସୁଦାନରେ ଚାଲିଥିବା ଗୃହ ଯୁଦ୍ଧ ଭିତରେ ଆଜି ଭୁବନେଶ୍ୱର ଫେରିଛନ୍ତି ୬ ଜଣ ଓଡ଼ିଆ। ଅପରେସନ୍ କାବେରୀ ଜରିଆରେ ସେମାନଙ୍କୁ ସୁଦାନରୁ ଭାରତ ସରକାର ନିଜ ଘରକୁ ଆଣିଛନ୍ତି। ଓଡ଼ିଶାରେ ପହଞ୍ଚିବା ପରେ ଭୟଙ୍କର ଅନୁଭୂତି ବଖାଣିଛନ୍ତି। ସେମାନେ ରହୁଥିବା ସ୍ଥାନ ପାଖରେ ହିଁ ଚାଲିଥିଲା ଯୁଦ୍ଧ।
ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳର ଶିବ ପ୍ରସାଦ ଜେନା ନିଜ ଅନୁଭୂତି ବଖାଣି କହିଛନ୍ତି, ସେ ସୁଦାନର ଆରତୀ ଷ୍ଟିଲ ନାମକ ଏକ ପ୍ଲାଣ୍ଟରେ କାମ କରୁଥିଲେ। ସେଇଠି ଯୁଦ୍ଧ ସମୟରେ ସେମାନଙ୍କୁ ପ୍ରାୟ ୮ ଘଣ୍ଟା ଧରି ଗନ୍ ପଏଣ୍ଟରେ ରଖିଥିଲେ। ସେହି ସମୟରେ ଗନ ପଏଣ୍ଟରେ ରଖି ତାଙ୍କଠାରୁ ମୋବାଇଲ ଓ ୩୦୦ ଡ଼ଲାର ଲୁଟି ନିଆଯାଇଥିଲା। ଅନ୍ୟପଟେ ସୁଦାନ ପୋର୍ଟରୁ INS ତେଜ୍ ରେ ଭାରତୀୟମାନେ ଫେରୁଥିବା ସୂଚନା ରହିଛି। ଉଭୟ ଜଳପଥ ଓ ଆକାଶପଥରେ ଯୁଦ୍ଧଗ୍ରସ୍ତ ସୁଦାନରୁ ଭାରତୀୟଙ୍କୁ ଉଦ୍ଧାର କରାଯାଉଛି।