ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ | ଜଗତସିଂହପୁର ଜିଲ୍ଲାର ବହୁ ଚର୍ଚ୍ଚିତ ଢ଼ିଙ୍କିଆ ପଞ୍ଚାୟତରେ ଶେଷ ହୋଇଛି ମତଦାନ | ଜିନ୍ଦଲ ଇସ୍ପାତ ପ୍ରକଳ୍ପକୁ ନେଇ ଶିଳ୍ପ ସପକ୍ଷବାଦୀ ଓ ବିପକ୍ଷବାଦୀ ବହୁବାର ମୁହାଁମୁହିଁ ହେବା ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ଢିଙ୍କିଆର ଜନସାଧାରଣ ଆଜି ମତଦାନ କରିବାକୁ ଆଗେଇ ଆସିଥିଲେ । ଢ଼ିଙ୍କିଆ ଗ୍ରାମର ୬ଟି ୱାର୍ଡରେ ହୋଇଥିଲା ମତଦାନ । ବହୁ ବୃଦ୍ଧ, ବୃଦ୍ଧା ମଧ୍ୟ ନିଜର ମୌଳିକ ଅଧିକାର ସାବ୍ଯସ୍ତ କରିବା ପାଇଁ ଆସି ଲାଇନରେ ଛିଡା ହୋଇଥିଲେ ।
ଏରସମା ବ୍ଲକରେ ଶାନ୍ତିଶୃଙ୍ଖଳାର ସହ ହୋଇଥିଲା ମତଦାନ। ବିଶେଷ କରି ୪ ନଂ ଯୋନରେ ହୋଇଥିଲା ଭୋଟଗ୍ରହଣ । ଏରସମା ବ୍ଲକରେ ୧୮ ଜଣ ଜିଲ୍ଲା ପରିଷଦ, ୯୫ଜଣ ସରପଞ୍ଚ, ୭୯ଜଣ ସମିତି ସଭ୍ୟ ଓ ୮୦୯ ଜଣ ୱାର୍ଡ ସଭ୍ୟଙ୍କ ଭାଗ୍ୟ ବାଲାଟ ପେପରରେ ହୋଇଯାଇଛି ବନ୍ଦ। ଜିନ୍ଦଲ ଇସ୍ପାତ ପ୍ରକଳ୍ପକୁ ନେଇ ପୋଲିସ ପ୍ରଶାସନର ମାତ୍ରାଧିକ କାର୍ଯ୍ୟକଳାପ ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ଢ଼ିଙ୍କିଆ ଗ୍ରାମରେ ବୁଥ କରାଯାଇନାହିଁ | ପାଟଣା ପ୍ରାଥମିକ ବିଦ୍ୟାଳୟରେ ୩ଟି ମତଦାନ କେନ୍ଦ୍ର କରାଯାଇଛି ଜ୍ଝ ସେହିଭଳି ତ୍ରିଲୋଚନ ପୁର ଓ ମାହାଳରେ ୩ଟି ବୁଥରେ କଡା ସୁରକ୍ଷା ମଧ୍ୟରେଚାଲିଛି ମତଦାନ ।