ପୁରୀ(ଏନଏନଏସ୍): ପୁରୀରେ 5T ସଚିବ ଭି.କେ. ପାଣ୍ଡିଆନ୍। ଦ୍ରୁତଗତିରେ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ। ପ୍ରତି ସପ୍ତାହରେ ପୁରୀ ଯାଇ କାମର ଅଗ୍ରଗତି ଦେଖିବା ସହ ଧାର୍ୟ୍ୟ ସମୟରେ କାମ ସାରିବାକୁ ଟାର୍ଗେଟ ଦେଇଛନ୍ତି ଭିକେ ପାଣ୍ଡିଆନ୍ । ଏନେଇ ଆଜି ସକାଳୁ 5T ସଚିବ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା ମାର୍ଗର ଅନୁଧ୍ୟାନ କରିଛନ୍ତି। 5T ସଚିବଙ୍କ ସହ ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ନିର୍ମାଣକାରୀ ସଂସ୍ଥାର ଅଧିକାରୀ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ୟ୍ୟ ଅନୁଧ୍ୟାନ କରିବା ସହ ସ୍ନାନଯାତ୍ରା ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି 5T ସଚିବ ।