ପୁରୀ(ଏନଏନଏସ୍): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବ ଭିକେ ପାଣ୍ଡିଆନ ପୁରୀ ଗସ୍ତକରି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଏହି ସମୟରେ ତାଙ୍କ ଯିବା ରାସ୍ତାରେ ଦୁଇ ଅସହାୟ ଦମ୍ପତ୍ତି ଲମ୍ବ ହୋଇ ତାଙ୍କୁ ଦଣ୍ଡବତ କରିଥିଲେ । ମାତ୍ର ସେମାନେ ଜଗନ୍ନାଥଙ୍କୁ ଦର୍ଶନ କରୁଥିବା ଭାବି ୫ଟି ସଚିବ ଚାଲିଯାଇଥିଲେ । ପରେ ଯେତେବେଳେ ଦମ୍ପତ୍ତି ତାଙ୍କ ଦୁଃଖ ବିଷୟରେ ୫ଟି ସଚିବଙ୍କୁ ଅବଗତ କରାଇବାକୁ ଆସିଛନ୍ତି ବୋଲି ଜାଣିଲେ, ତତକ୍ଷଣାତ୍ ସେହି ଅସହାୟ ଦମ୍ପତ୍ତିଙ୍କ ପାଖକୁ ଫେରି ନିଜେ ତାଙ୍କ ଅସୁବିଧା ପଚାରି ବୁଝିଥିଲେ। ତେବେ ଅସହାୟ ଦମ୍ପତ୍ତି ବିଜୁ ପକ୍କାଘର ଯୋଜନାରେ ଘର ପାଇବାରୁ ବଂଚିତ ହୋଇଥିବା ସେ ଜାଣିବାକୁ ପାଇଥିଲେ। ବାରମ୍ବାର ସରକାରୀ ଦପ୍ତରକୁ ଦଉଡି ଦଉଡି ହତାଶ ହୋଇଥିଲେ । ଏନେଇ ୫ଟି ସଚିବଙ୍କ ପୁରୀ ଗସ୍ତ ସମୟରେ ଏହା ଏକ ସୁଯୋଗ ଭାବି ବଡଦାଣ୍ଡରେ ଲମ୍ବ ହୋଇ ଦଣ୍ଡବତ କରିଥିଲେ ଅସହାୟ ଦମ୍ପତି ।
ଏହାପରେ ୫ଟି ସଚିବ ତାଙ୍କ ଠାରୁ ଦରଖାସ୍ତ ଗ୍ରହଣ କରି କାର୍ଯ୍ୟନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଖବର ଏନଏନଏସ୍ ଓଡିଆରେ ପ୍ରଥମେ ପ୍ରସାରଣ ହୋଇଥିଲା ଏବଂ ନଜର ଥିଲା କାର୍ଯ୍ୟନୁଷ୍ଠାନ ହେଉଛି କି ନାହିଁ । ଆମ ପୁରୀ ପ୍ରତିନିଧି ସୂଚନା ଦେିଛନ୍ତି କି ସରକାରୀ ସ୍ତରରେ ବୃଦ୍ଧ ଦମ୍ପତ୍ତିଙ୍କୁ ଘର ଦେବାକୁ ଉଦ୍ୟମ ଆରମ୍ଭ ହୋଇଗଲାଣି । ଏଠାରେ ପୁରୀ ଜିଲ୍ଲାପାଳ ଓ ସଂପୃକ୍ତ ଲୋକ ପ୍ରତିନିଧିଙ୍କୁ ଆମର ପ୍ରଶ୍ନ , ଯେଉଁମାନଙ୍କ ପାଇଁ ଏହି ପକ୍କା ଘର ଯୋଜନା ସେମାନେ ଘର ପାଇବାରୁ ବଂଚିତ ହେଉଛନ୍ତି କେମିତି?