ପୁରୀ(ଏନଏନଏସ୍): ପୁରୀ ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ । ପୁରୀ ଗସ୍ତରେ ଆସି ପ୍ରଥମେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହିତ ବିଭିନ୍ନ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଶେଷ କରି ପରିକ୍ରମା ପ୍ରକଳ୍ପ ଓ ଶ୍ରୀସେତୁର ଟ୍ରମ୍ପେଟ ବ୍ରୀଜ୍ ବୁଲିବା ସହ ସମଗ୍ର କାର୍ଯ୍ୟର ଅଗ୍ରଗତି ଉପରେ ଟିକିନିଖି ତଦାରଖ କରିଛନ୍ତି। ୫ଟି ସଚିବ ବିଭାଗୀୟ ଅଧିକାରୀ ମାନଙ୍କ ସହ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ନିର୍ମାଣାଧୀନ ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ କରିବା ସହିତ ଖୁବଶୀଘ୍ର କାର୍ଯ୍ୟ ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ବିଶେଷ କରି ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରିବା ଲାଗି ଲକ୍ଷ୍ୟ ରଖା ଯାଇଥିବାରୁ ଏଥିପ୍ରତି ଯଥେଷ୍ଟ ଗୁରୁତ୍ୱ ଦେବା ଲାଗି ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ପୂର୍ବାହ୍ନରେ ରଥଯାତ୍ରା ପାଇଁ ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ ବସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ତାହା ପୂର୍ବରୁ ୫ଟି ସଚିବଙ୍କ ପୁରୀ ଗସ୍ତ ଏବଂ ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପର ସମିକ୍ଷା ନିଶ୍ଚିତ ଭାଗେ ବିଶେଷ ଗୁରୁତ୍ୱ ବହନ କରୁଥିବା ଆଶଙ୍କା କରାଯାଉଛି।