ଏନଏନଏସ୍: ଦୁଇଦିନିଆ ଅନୁଗୋଳ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ। ପ୍ରଥମେ ତାଳଚେର ଗସ୍ତ କରି ହିଙ୍ଗୁଳା ପୀଠରେ ପହଞ୍ଚି ମା ହିଙ୍ଗୁଳାଙ୍କ ଦର୍ଶନ କରିଛନ୍ତି 5T ସଚିବ । ମନ୍ଦିରର ବିକାଶ ଓ ଅନ୍ୟାନ୍ୟ ସୁବିଧା ଅସୁବିଧା ନେଇ ପୂଜକ ଓ ହିଙ୍ଗୁଳା ମନ୍ଦିର ଟ୍ରଷ୍ଟ ବୋର୍ଡ ସହ ଆଲୋଚନା କରିଛନ୍ତି। ଏହା ସହ ବ୍ରାହ୍ମଣୀ ନଦୀରୁ ପାଇପ ଯୋଗେ ଅନୁଗୋଳ ଓ ବଅଁରପାଳକୁ ପାନୀୟ ଜଳ ଯୋଗାଣ ନେଇ ଭିତ୍ତିଭୂମିର ସମୀକ୍ଷା କରିଥିଲେ 5T ସଚିବ। ପରେ ତାଳଚେର କଲେଜ ପଡ଼ିଆରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ନେଇ ଆପତ୍ତି ଅଭିଯୋଗ ଶୁଣିଛନ୍ତି।
ତାଳଚେର ଗସ୍ତ ପରେ ଛେଣ୍ଡିପଦା ଯାଇ ପାତ୍ରପଡ଼ାର ମା ବାୟାଣୀ ପୀଠ ପରିଦର୍ଶନ କରିଛନ୍ତି। ପୀଠରେ ଦର୍ଶନ ସହ ଏହାର ବିକାଶ ନେଇ ଆଲୋଚନା କରିଛନ୍ତି। ପରେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି ଭିକେ ପାଣ୍ଡିଆନ।