କଟକ ଚଣ୍ଡୀ ମନ୍ଦିରରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ | ଆଜି ସକାଳୁ ମନ୍ଦିରରେ ପହଞ୍ଚି ମା ଚଣ୍ଡୀଙ୍କୁ ଦର୍ଶନ କରିଥିଲେ ଭି.କେ ପାଣ୍ଡିଆନ୍ | ପରେ ସେଠାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କରିଥିଲେ ସମୀକ୍ଷା । ମନ୍ଦିରର ସମସ୍ତ ସମସ୍ୟା ସମ୍ପର୍କରେ ୫-ଟି ସଚିବ ଆଲୋଚନା କରିବା ସହ ମନ୍ଦିରର ସ୍ଥିତିବାନ୍ ଅଞ୍ଚଳ ବୁଲି ଦେଖିଛନ୍ତି । ମନ୍ଦିରର ମୁଖ୍ୟ ପୂଜକ ମନୋଜ ପଣ୍ଡା ଓ ମନ୍ଦିର ପ୍ରଶାସନ ସହ କିଛି ସମୟ ଧରି ମନ୍ଦିର ବିକାଶମୂଳକ କାମ ନେଇ ଆଲୋଚନା କରିଥିଲେ ୫-ଟି ସଚିବ । ଏହି ସମୟରେ କଟକ ଜିଲ୍ଲାପାଳଙ୍କ ସହ ଡିସିପି ଓ ମହାନଗର ନିଗମ କମିଶନ ଉପସ୍ଥିତ ଥିଲେ ।
ମନ୍ଦିରରେ ଥିବା ସମସ୍ୟା ବିଶେଷ କରି ଜଳ ନିଷ୍କାସନ, ପାର୍କିଂ ଓ ମରାମତି ନେଇ ମନ୍ଦିର କର୍ତ୍ତୃପକ୍ଷ ୫-ଟି ସଚିବଙ୍କୁ ଅବଗତ କରିଥିଲେ । ତେବେ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ କାମ ହାତକୁ ନିଆଯାଇଛି । ମନ୍ଦିର ନବୀକରଣ ପାଇଁ କାର୍ଯ୍ୟ ଦ୍ରୁତ ଗତିରେ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିବା ୫-ଟି ସଚିବ ସମସ୍ତଙ୍କୁ ଜଣାଇଛନ୍ତି ।