ଏନଏନଏସ୍: ଗ୍ରାଉଣ୍ଡ ଜିରୋରେ ୫ଟି ସଚିବ ଭି.କେ ପାଣ୍ଡିଆନ। ଢେଙ୍କାନାଳ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ପ୍ରଥମେ ପୁରାତନ ଜାଉଁଳି ପୋଖରୀ ମଠ ପରିଦର୍ଶନ କରିଛନ୍ତି ୫ଟି ସଚିବ। ମଠ ପରିସରରେ ପହଞ୍ଚିବା ପରେ ବିଭିନ୍ନ ସମସ୍ୟା ସମ୍ପର୍କରେ ମଠ ମହନ୍ତ ଓ ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରରେ ଥିବା ମିଲେଟ କାଫେ ଉଦଘାଟନ କରିବା ସହ ଶ୍ରୀ ଜଗନ୍ନାଥ ସ୍ୱଂୟ ସହାୟକ ଗୋଷ୍ଠୀ ମହିଳାମାନଙ୍କ ସହ ମିଲେଟ ଖାଦ୍ୟର ଗୁଣାବତା ଉପରେ ପରାମର୍ଶ ଦେଇଥିଲେ।
ରାଜ୍ୟରେ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଥିବା ବେଳେ ଏହା ଦ୍ୱାରା ମହିଳା ସ୍ୱୟଂ ସହାୟିକା ଗୋଷ୍ଠିମାନେ ଆର୍ଥିକ ସ୍ଥରରେ ସ୍ୱାବଲମ୍ବି ହୋଇ ପାରିବେ ବୋଲି କହିଛନ୍ତି ଭି.କେ ପାଣ୍ଡିଆନ୍। ଏହାପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଡାକ୍ତର ଓ କର୍ମଚାରି ମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ।