ପୁରୀ ,(ଏନଏନଏସ ଓଡ଼ିଆ /୨୫.୦୩): ପୁରୀ ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ୫ଟି ସଚିବ । ତାଙ୍କ ସହିତ ପତ୍ନୀ ତଥା ମିଶନ ଶକ୍ତି ସଚିବ ସୂଜାତା କାର୍ତ୍ତିକେୟନ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ୫ଟି ସଚିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ଉପରେ ସମିକ୍ଷା କରିଥିଲେ। ଜିଲ୍ଲାପାଳ ସମର୍ଥ ବର୍ମା,ଠିକା ସଂସ୍ଥା ଟାଟା କମ୍ପାନୀର ଅଧିକାରୀ ମାନଙ୍କ ସହ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱ ବୁଲିବା ସହ କାର୍ଯ୍ୟର ଟିକିନିଖି ଅନୁଧ୍ୟାନ କରିଥିଲେ। ୨୦୨୪ ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସରିବା ନେଇ ଉଦ୍ୟମ ଚାଲିଛି। କାର୍ଯ୍ୟ ମଧ୍ୟ ବେଶ୍ ଦୃତଗତିରେ ଆଗେଇ ଚାଲିଛି। ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ୱରେ ବି ଅନେକ ଅଗ୍ରଗତି ହୋଇସାରିଛି। ତେବେ ପ୍ରତି ଶନିବାର ୫ଟି ସଚିବ ପୁରୀ ଗସ୍ତରେ ଆସିବା ସହ ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ ଆଉ ତାପରେ ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ କରିଥାନ୍ତି। ବ୍ୟକ୍ତିଗତ ଉଦ୍ୟମରେ ଏହି ପ୍ରକଳ୍ପକୁ ଖୁବଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି ୫ଟି ସଚିବ।