ହିନ୍ଦୁ ଧର୍ମ ପ୍ରତି ଆକୃଷ୍ଟ ହେଉଛନ୍ତି ବିଦେଶୀ ଲୋକ | ନିଜ ନିଜ ଧର୍ମ ପରିତ୍ୟାଗ କରି ନେଉଛନ୍ତି ସନାତନ ଧର୍ମ | ଆଜି ଆମେ ଏଭଳି 5 ପ୍ରସିଦ୍ଧ ବିଦେଶୀ ପରିବାର ବିଷୟରେ କହିବୁ ଯେଉଁମାନେ ଭାରତର ସଂସ୍କୃତି, ପରମ୍ପରା ଓ ଐତିହ୍ୟରେ ଆକୃଷ୍ଟ ହୋଇ ଛାଡିଛନ୍ତି ନିଜ ଦେଶ | ଭାରତକୁ ଆସି ସେମାନେ ହିନ୍ଦୁ ଧର୍ମରେ ଦୀକ୍ଷିତ ହେବା ସହ ପାଲଟିଯାଇଛନ୍ତି ଭାରତର ସ୍ଥାୟୀ ବାସିନ୍ଦା | ହିନ୍ଦୁ ଧର୍ମର ସଂସ୍କୃତି ଓ ପରମ୍ପରା ଉଦେଶ୍ୟରେ ସାରା ଜୀବନକୁ କରିଦେଇଛନ୍ତି ସମର୍ପିତ | ଏମାନେ ଏପରିକି ହିନ୍ଦୁ ଧର୍ମର ସମସ୍ତ ରୀତି ନୀତିକୁ ମଧ୍ୟ ଅନୁସରଣ କରିଥାନ୍ତି | ହିନ୍ଦୁ ଧର୍ମର ସଂସ୍କୃତି ଅନୁସାରେ ବିଦେଶିନୀ ମହିଳାମାନେ ଶାଢ଼ୀ ପିନ୍ଧିବା ସହ, ମଥାରେ ବିନ୍ଦି ମଧ୍ୟ ଲଗାଇଥିବାର ଦେଖିଲେ ଆପଣ ମଧ୍ୟ ହିନ୍ଦୁ ବୋଲି ଭାବି ଗର୍ବ ଅନୁଭବ କରିବେ |
ମାଇକେଲ ଡାନିଓ ଫ୍ରାନ୍ସ ବଂଶୋଦ୍ଭବ କିନ୍ତୁ ସେ ଭାରତୀୟ ଲେଖକ ଭାବେ ବେଶ ପ୍ରସିଦ୍ଧ | ସନାତନ ଧର୍ମର ସଂସ୍କୃତି ଓ ପରମ୍ପରାକୁ ସେ ବହୁତ ପସନ୍ଦ କରନ୍ତି | ଏବେ ସେ ଗୁଜୁରାଟ ଗାନ୍ଧିନଗର ଆଇଆଇଟିରେ ଜଣେ ଅଧ୍ୟାପକ ଭାବେ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି | ଭାରତର ସାହିତ୍ୟ ଏବଂ ଶିକ୍ଷା ଉପରେ ତାଙ୍କର ଅବଦାନ ପାଇଁ 2017ରେ ତାଙ୍କୁ ଭାରତର ସର୍ବୋଚ୍ଚ ସନମାନ ପଦ୍ମଶ୍ରୀ ଆୱାର୍ଡରେ ସାନମାନିତ କରାଯାଇଛି | ତେବେ ଡାନିଓ 1970ରେ ତାଙ୍କ ପରିବାର ସହ ଫ୍ରାନ୍ସ୍ରୁ ଭାରତ ଆସିଥିଲେ | ଭାରତର ସଂସ୍କୃତି ଚାଲିଚଳନ ଟାଙ୍କେ ଅଟେ ମାତ୍ରାରେ ପ୍ରଭାବିତ କରିଥିଲା ଯେ ସେ ଭାରତଜ ସ୍ଥାୟୀ ବାସିନ୍ଦା ହେବାକୁ ନିଷ୍ପତି ନେଇଥିଲେ | ଏହାପରେ ଭାରତର ଦାର୍ଶନିକ ଏବଂ ଯୋଗଗୁରୁ ଶ୍ରୀ ଅରବିନ୍ଦଙ୍କ ବହିଗୁଡିକୁ ଅନୁବାଦ କରିବା ସହ ଏହାର ପକାଶନ ମଧ୍ୟ କରିଥିଲେ | ଏହାପରେ ଭାରତ ପ୍ରାଚୀନ ସଭ୍ୟତା ଓ ସଂସ୍କୃତି ଉପରେ ବହୁ ସାରା ବହି ମଧ୍ୟ ଲେଖିଥିଲେ | ସେହିଭଳି ଆଉ ଜଣେ ବିଦେଶିନୀ ହେଲେ ଜର୍ମାନୀର ମାରିଆ ରିଥ | ଗତ 40 ବର୍ଷ ହେଲା ସେ ତାଙ୍କ ପରିବାର ସହ ଭାରତରେ ରହୁଛନ୍ତି | ଇଏ ବି ଜଣେ ଲେଖିକା ଯିଏ ସନାତନ ଧର୍ମ ଏବଂ ଭାରତୀୟ ସଂସ୍କୃତି ଉପରେ ବହୁତ ସାରା ବହି ଲେଖିଛନ୍ତି | 1980ରେ ସେ ହରିଦ୍ୱାର କୁମ୍ଭମେଳାକୁ ଆସିଥିଲେ | ସେଠାରେ ସେ ଯୋଗଗୁରୁ ଆନନ୍ଦମୟୀ ମା ଓ ଆଧ୍ୟାତ୍ମିକ ଗୁରୁ ଦେଵରାହ ବାବାଙ୍କ ସହ ଭେଟ ହୋଇଥିଲେ | ପରେ ସେ ଭାରତ ସଂସ୍କୃତି ଦ୍ୱାରା ବେଶ ପ୍ରଭାବିତ ହୋଇଥିଲେ | ପରେ ସେ ଓ ତାଙ୍କ ପରିବାର ସନାତନ ଧର୍ମ ଗ୍ରହଣ କରି ଭାରତରେ ରହିଆସୁଛନ୍ତି | ଆସନ୍ତୁ ଜାଣିବା ସ୍ୱାମୀ ପୂର୍ଣ ଚୈତନ୍ୟଙ୍କ ବିଷୟରେ | ତାଙ୍କ ପ୍ରକୃତ ନାମ ଫ୍ରୀକ ଆଲେକଜ଼ାଣ୍ଡର | ତାଙ୍କ ବୟସ 37 ବର୍ଷ | ସେ ନିଜ ପରିବାର ସହ ଭାରତରେ ରହୁଛନ୍ତି | ସ୍ୱାମୀ ପୂର୍ଣ ଚୈତନ୍ୟ ଜଣେ ଯୋଗଗୁରୁ, ସଂସ୍କୃତ ଏବଂ ବେଦ ପ୍ରବଚକ ଅଟନ୍ତି | ଭାରତୀୟ ସଂସ୍କୃତି, ବେଡ଼ ଓ ପୁରାଣ ଦ୍ୱାରା ବେଶ ପ୍ରଭାବିତ ହୋଇ ଏବେ ସେ ବାଙ୍ଗାଲୋରରରେ ଲୋକଙ୍କୁ ବେଡ଼ ଓ ପୁରାଣର ସଜ୍ଞାନ ଦେଉଛନ୍ତି | ଶ୍ରୀ ଶ୍ରୀ ରବିଶଙ୍କର 2012ରେ ତାଙ୍କ ନାମ ଫ୍ରୀକ ଆଲେକଜ଼ାଣ୍ଡରରୁ ସ୍ୱାମୀ ପୂର୍ଣ ଚୈତନ୍ୟ ରଖିଥିଲେ | ସେହଭଳି ଅନ୍ୟଜଣେ ହେଲେ ପ୍ୟାରିସର ଫ୍ରାଙ୍କୋଇସ ଗଟିଏର | ସେ ଭାରତୀୟ ସଂସ୍କୃତି ଦ୍ୱାରା ବହୁତ ପ୍ରଭାବିତ ହୋଇ ମାତ୍ର 29 ବର୍ଷ ବୟସରେ ଚାଲି ଆସିଥିଲେ ଭାରତ | ଯୋଗଗୁରି ଶ୍ରୀ ଅରବିନ୍ଦଙ୍କ ଆଧ୍ୟାତ୍ମିକ ଜ୍ଞାନ ଦ୍ୱାରା ବହୁତ ମାତ୍ରାରେ ପ୍ରଭାବିତ ହୋଇ ସେ ତାଙ୍କ ଆଶ୍ରମରେ ରହିବାକୁ ଲାଗିଲେ | ଏବେ ସେ ଭାରତରେ ଜଣେ ସାମ୍ବାଦିକ ଭାବେ କାମ କରୁଛନ୍ତି | ସେ ଭାରତୀୟ ସଭ୍ୟତା, ସଂସ୍କୃତି ପରମ୍ପରାର ପ୍ରଚାର ପ୍ରସାର ପାଇଁ କାମ କରୁଛନ୍ତି | ଆଉ ଜଣେ ବିଦେଶୀ ନାଗରିକ ଜର୍ମାନୀର ହେଲେ ପ୍ରଦ୍ୟୁମ | ସେ ଭଗବାନ କୃଷ୍ଣଙ୍କୁ ବହୁତ ଭକ୍ତି କରନ୍ତି | ସେ ତାଙ୍କ ପତ୍ନୀ ଓ ଦୁଇ ପିଲାଙ୍କ ସହ 2012ରୁ ଆସି ପଶ୍ଚିମବଙ୍ଗର ମାୟାପୁର ରହୁଛନ୍ତି | ଭାରତର ସଂସ୍କୃତି ଦ୍ୱାରା ପ୍ରଭାବିତ ହୋଇ ଅନେକ ଆଧ୍ୟାତ୍ମିକ ଭିଡିଓ କରି ଆଇ ଲଭ ମାୟାପୁର ନାମକ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରି ଲୋକଙ୍କ ସହ ଜଡିତ ହୋଇଥାନ୍ତି |