ମାଓବାଦୀ ହିଂସାକାଣ୍ଡ ହେଉ କି ଗଞ୍ଜେଇ ଚାଷ, ବିଭିନ୍ନ ସମୟରେ ଚର୍ଚ୍ଚାରେ ରହି ଆସିଛି ମାଲକାନଗିରି ଜିଲ୍ଲା | ଏବେ ନକଲି ଟଙ୍କା ତିଆରି କରୁଥିବା ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି ମାଲକାନଗିରି | ନକଲି ଟଙ୍କା ତିଆରି କରିବା ବାହାନାରେ ଲୋକଙ୍କୁ ଠକୁଥିବା ଅଭିଯୋଗରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଲୋକଙ୍କୁ ନକଲି ବା ଡୁପ୍ଲିକେଟ ଟଙ୍କା ଦେବାକୁ କହି ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେବା ଅଭିଯୋଗରେ ମାଲକାନଗିରି ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି |
ନକଲି ଟଙ୍କା କାରବାରରେ ସମ୍ପୃକ୍ତ ଥିବା ନେଇ ପୋଲିସ ଏହି ୫ ଜଣଙ୍କ ଉପରେ ନଜର ରଖିଥିଲା | ଆଜି ଶିଖପାଲି ଛକଠାରେ ଏମାନଙ୍କୁ ଗିରଫ କରିଥିବା କହିଛି ମାଲକାନଗିରି ପୋଲିସ । ଏମାନଙ୍କୁ କାବୁ କଲା ପରେ ଏମାନେ ନକଲି ଟଙ୍କା ନିଜେ ତିଆରି କରୁଥିବା ସୂଚନା ମିଳିଛି । ଏହି ୫ ଜଣ ଲୋକମାନଙ୍କୁ ନକଲି ଟଙ୍କା ଦେବେ ବୋଲି ପ୍ରଲୋଭିତ କରି ମିଛ ପ୍ରତିଶୃତି ଦେଇ ସେମାନଙ୍କ ଠାରୁ ଅଗ୍ରୀମ ଟଙ୍କା ନେଇ ଫେରାର ହେଇଯାଉଲେ । ତେବେ ଆଜି ପର୍ଯ୍ୟନ୍ତ ସେମାନେ କାହାରିକୁ କିଛିବି ଟଙ୍କା ଦେଇ ନାହାନ୍ତି। ଏହି ଅଭିଯୁକ୍ତମାନଙ୍କ ମଧ୍ୟରୁ ୨ ଜଣ ପଶ୍ଚିମବଙ୍ଗ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୩ ଜଣ ମାଲକାନଗିରି ଜିଲ୍ଲାର । ଏହି ଅଭିଯୁକ୍ତ ମାନେ ଏହି କାରବାର ରାଜମେନ୍ଦ୍ରୀ , ବିଶାଖାପାଟଣା , ରାୟପୁର ଭଳି ସ୍ଥାନରେ କରୁଥିଲେ । ଗିରଫ ଅଭିଯୁକ୍ତଙ୍କଠାରୁ ପୋଲିସ କିଛି ନକଲି ଲିକ୍ୟୁଡ ଜବତ କରିଛି । ତେବେ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଏସଡିପିଓ ଏମ.ବିବେକ ପ୍ରକାଶ କରିଛନ୍ତି ।