5 ଲକ୍ଷ ଟଙ୍କା ମୁଲଚାଲ ସମୟରେ ମାଡି ବସିଲା ବନବିଭାଗ.. ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର … ଜଣେ ଅଭିଯୁକ୍ତ ଗିରଫ l କୋଡଙ୍ଗା ବନାଞ୍ଚଳ ଅଧ୍ଵନସ୍ଥ ବାଗିନୀ ଗ୍ରାମ ନିକଟରେ ଏକ ଜୀବନ୍ତ ବଜ୍ରକାପ୍ତା କୁ ବିକ୍ରି କରିବାକୁ ମୂଲଚାଲ ଚାଲିଥିବା ସମୟରେ ମାଡିବସିଲା ବନବିଭାଗ l ଫଳରେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହେବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବନବିଭାଗ l ଅଭିଯୁକ୍ତ ଜଣକ ହେଉଛନ୍ତି କୋଷାଗୁମୁଡା ବ୍ଲକର ଜୁନାପାଣି ଗ୍ରାମର କମଳ ସିଂ ଗୌଡ଼ l ଉଦ୍ଧାର ବଜ୍ରକାପ୍ତା ର ଓଜନ ପ୍ରାୟ 8.970 କିଲୋଗ୍ରାମ ହୋଇଥିବା ବେଳେ ତାହାର ଆୟୁ 5 ବର୍ଷ ହୋଇଥିବା ଆନୁମାନ କରିଛି ବନବିଭାଗ l ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କ ନିର୍ଦେଶରେ କୋଡିଙ୍ଗା ବନାଞ୍ଚଳ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ନନ୍ଦ, ବନପାଳ ପ୍ରଭାତ ବିଷୋଇ, ବନରକ୍ଷୀ ଉମାଶଙ୍କର ପାଣିଗ୍ରାହୀ ଓ ଦୀପକ ପ୍ରଧାନ କୋଡିଙ୍ଗା ବନାଞ୍ଚଳର ପାରା ଷ୍ଟାଫ ଏବଂ ବନଖଣ୍ଡ ଅଧିକାରୀ ଗଠନ କରିଥିବା ଏକ ସ୍ଵତନ୍ତ୍ର ଟିମ୍ ଏହି ଚଢ଼ାଉ କରିଥିଲେ l ଅଭିଯୁକ୍ତ ଠାରୁ ଏକ ଜୀବନ୍ତ ବଜ୍ରକାପ୍ତା ସହିତ ଗୋଟିଏ ମୋଟର ସାଇକେଲ ଏବଂ ଏକ ମୋବାଇଲ ଫୋନ୍ ଜବତ କରାଯାଇଛି l ଅନ୍ୟ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିବା ବେଳେ ବନବିଭାଗ ସେମାଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛି l