ପାକିସ୍ତାନର ଜଣେ ସାଂସଦ ତାଙ୍କ ଝିଅ ବୟସର କନ୍ୟାଙ୍କୁ କରିଛନ୍ତି ବିବାହ | ସାଂସଦଙ୍କ ବୟସ ୪୯ ବର୍ଷ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ବୟସ ମାତ୍ର ୧୮ | ପାକିସ୍ତାନର ସତ୍ତାରୁଢ ପାର୍ଟି ପିଟିଆଇର ସାଂସଦ ଡ. ଆମିର ଲିୟାକତ ହୁସୈନ୍ କରିଛନ୍ତି ତୃତୀୟ ବିବାହ । ଏହି ବିବାହକୁ ନେଇ ପାକିସ୍ତାନରେ ଚର୍ଚ୍ଚାର ବିଷୟ ପାଲଟିଛି | ୪୯ ବର୍ଷୀୟ ସାଂସଦ ସଈଦା ଦାନିଆଙ୍କୁ ବିବାହ କରିଛନ୍ତି । ଯେଉଁଦିନ ଲିୟାକତ ହୁସୈନଙ୍କ ଦ୍ୱିତୀୟ ପତ୍ନୀ ତାଙ୍କୁ ଛାଡପତ୍ର ଦେଲେ ସେହି ଦିନ ହିଁ ଦୁହିଁଙ୍କ ବିବାହ ହୋଇଥିବା କଥା ସେ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।
ବୁଧବାର ଦିନ ତାଙ୍କର ଦ୍ୱିତୀୟ ପତ୍ନୀ ପାକିସ୍ତାନୀ ଅଭିନେତ୍ରୀ ଟୁବା ଆମିରଙ୍କୁ ଛାଡପତ୍ର ଦେଇଥିଲେ | ସେହି ଦିନ ଆମୀର ତୃତୀୟ ଥର ପାଇଁ ବିବାହ କରିଥିଲେ।ତାଙ୍କର ତୃତୀୟ ପତ୍ନୀ ଏବଂ ତାଙ୍କ ବୟସ ମଧ୍ୟରେ ଅନ୍ତର ଦେଖି ପାକିସ୍ତାନୀ ଲୋକମାନେ ସୋସିଆଲ ମିଡିଆରେ ବିଭିନ୍ନ କମେଣ୍ଟ ଏବଂ ମେମ୍ ସେୟାର କରି ଏକ ମଜା ନେଉଛନ୍ତି | ସାଂସଦ ଆମିର ତାଙ୍କ ଇନଷ୍ଟାରେ ନିଜ ତୃତୀୟ ପତ୍ନୀଙ୍କ ସହ ଫଟୋ ସେୟାର କରିଛନ୍ତି ।