ଏନଏନଏସ୍: ସୁଦାନରୁ ଫେରୁଛନ୍ତି ଓଡ଼ିଆ। ବର୍ତ୍ତମାନ ଓଡ଼ିଶା ଫେରିଲେଣି ୪୨ ଜଣ। ଗତକାଲି ୩୬ ଜଣ ଦିଲ୍ଲୀରେ ପହଞ୍ଚିଥିବା ବେଳେ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଅପରେସନ୍ କାବେରୀ ଜରିଆରେ ସେମାନଙ୍କୁ ସୁଦାନରୁ ଭାରତ ସରକାର ନିଜ ଘରକୁ ଆଣିଛନ୍ତି। ଓଡ଼ିଶାରେ ପହଞ୍ଚିବା ପରେ ଭୟଙ୍କର ଅନୁଭୂତି ବଖାଣିଛନ୍ତି। ସେମାନେ ରହୁଥିବା ସ୍ଥାନରେ ହିଁ ଚାଲିଥିଲା ଯୁଦ୍ଧ। ଏନେଇ ଲୋମଟାଙ୍କୁରା ଦୃଶ୍ୟର ଅନୁଭୂତି ବଖାଣିଛନ୍ତି।