୧୭ ଦିନର ଜୀବନ ସହିତ ଯୁଦ୍ଧ ପରେ ଜିତିଲା ଜୀବନ । ସୁଡ଼ଙ୍ଗରୁ ଉଦ୍ଧାର ପରେ ୪୧ ଶ୍ରମିକ ରିଷିକେଶ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଉତ୍ତରକାଶୀ ଟନେଲରୁ ଉଦ୍ଧାର ଶ୍ରମିକଙ୍କୁ ପ୍ରଥମେ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶ୍ରମିକଙ୍କୁ ଡାକ୍ତରଖାନାରେ ଭେଟିଥିଲେ ଉତ୍ତରାଖଣ୍ଡ ସିଏମ୍ ।
ଏହାସହ ଶ୍ରମିକମାନଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ସହାୟତା ରାଶିର ଚେକ୍ ପ୍ରଦାନ କରିଥିଲେ । ପରେ ସେଠାରୁ ସେମାନଙ୍କୁ ରିଷିକେଶ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲା । ଏହାପର୍ବରୁ ପ୍ରଧାନମନ୍ତ୍ରୀ ଶ୍ରମିକ ମାନଙ୍କ ସହ ଖୁସି ବାଣ୍ଟିଥିଲେ । ମୋଦି ଭିଡିଓ କନଫେରନସିଂରେ ଶ୍ରମିକଙ୍କ ସହ କଥା ହୋଇଥିଲେ । ୪୧ ଶ୍ରମିକଙ୍କ ସାହସ ଓ ଧର୍ଯ୍ୟକୁ ପ୍ରଧାନମନ୍ତ୍ରୀ ଦେଇଥିଲେ ସାବାସୀ । ଆଜି ରିଷିକେଶ ଏମ୍ସ ଯାଇ ଶ୍ରମିକଙ୍କୁ ଭେଟି ପାରନ୍ତି ପ୍ରଧାନମନ୍ତ୍ରୀ ।