ଏନଏନଏସ୍: ମଣିପୁରରେ ଥମୁନି ହିଂସା । ମଣିପୁରର ବିଭିନ୍ନ ଅଞ୍ଚଳରେ ଉଗ୍ରପନ୍ଥୀ ଲୋକଙ୍କ ଉପରେ ଆକ୍ରମଣ କରିବା ସହ ସେମାନଙ୍କ ଘର ଜାଳି ଦେଇଛନ୍ତି । ଅନ୍ୟପଟେ ଉଗ୍ରପନ୍ଥୀଙ୍କୁ କଡା ଜବାବ ଦେଇଛନ୍ତି ସୁରକ୍ଷାବାହିନୀ । ୫ଟି ସ୍ଥାନରେ ଉଗ୍ରପନ୍ଥୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଛି ।
ଗୁଳି ବିନିମୟରେ ପ୍ରାୟ ୪୦ଜଣ ଉଗ୍ରପନ୍ଥୀ ନିହତ ହୋଇଥିବା ବେଳେ କିଛି ଉଗ୍ରପନ୍ଥୀଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ଏନେଇ ଉପଦ୍ରୁତ ଅଞ୍ଚଳରେ ଉଗ୍ରପନ୍ଥୀଙ୍କୁ ଦମନ ଅଭିଯାନ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂ କହିଛନ୍ତି ।