ସୀମା ଟପିଲା ଯୌନ ପିପାସୁଙ୍କ ପାଶବିକ ଅତ୍ୟାଚାର। ନିରୀହ ପଶୁକୁ ବି ଛାଡିଲେନି ଯୌନ ରାକ୍ଷାସ । କଅଁଳା ମାଈ ବାଛୁରି ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହ ଜଣକ ପରେ ଜଣେ କଲେ ଦୁଷ୍କର୍ମ | ରାଜସ୍ଥାନର ଅଲୱାର୍ ଜିଲ୍ଲାରୁ ଏଭଳି ଅମାନବୀୟ ଘଟଣା ସାମ୍ନାକୁ ଆସିଛି | କଅଁଳା ବାଛୁରୀକୁ ଦୁଷ୍କର୍ମ କରିବା ଭିଡିଓ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଛି। ପୋଲିସ ଭାଇରାଲ ଭିଡିଓରୁ ଚିହ୍ନଟ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଏହି ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ କେତେକ ସଂଗଠନ ଦାବି କରିଛନ୍ତି।
ସୂଚନାରୁ ଜଣାଯାଇଛି, ଆସନ୍ତା ୧୦ ତାରିଖରେ ଭିବାଡିର ଚୌପାନାକିର ଚୁହାଦପୁର ଅଞ୍ଚଳରେ ଏକ କଅଁଳା ବାଛୁରୀ ଜଙ୍ଗଲରେ ଚରୁଥିଲା। ଏହି ସମୟ ୪ଜଣ ଯୁବକ ବାଛୁରୀକୁ ଜବରଦସ୍ତ ଧରି ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ | ଅନ୍ୟମାନେ ବାଛୁରୀର ପାଟି ବନ୍ଦ କରିବା ସହ ଘଟଣାର ଭିଡିଓ ମଧ୍ୟ ତିଆରି କରିଥିଲେ। ଭିଡିଓ ଭାଇରାଲ ହେବା ପରେ ପୋଲିସ ଚାରି ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।ଅଭିଯୁକ୍ତକୁ ଚିହ୍ନଟ କରିବା ପରେ ପୋଲିସ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି | ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି |