ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶନାମା କୁ ଫୁ କରି ଉଡ଼ାଇ ଦେଇଛି ନରସିଂହପୁର ପ୍ରଶାସନ। ଆଜି ନରସିଂହପୁର କୁ ପ୍ରାୟ ୮୦ ଜଣ ପ୍ରବାସୀ ଆନ୍ଧ୍ରପ୍ରଦେଶ ରୁ ଓଡ଼ିଶା ଆସି ନିଜ ଘର କଟକ ଜିଲ୍ଲା ନରସିଂହପୁର ବ୍ଲକ ରେଗେଡ଼ା ଅଂଚଳ କୁ ଆସୁଥିଲେ। ନରସିଂହପୁର ରେ ପହଞ୍ଚିଲା ପରେ ସେମାନକୁ ଗାଈଗୋରୁ ଙ୍କୁ ନେବା ଭଳି ଗୋଟିଏ ଟ୍ରକ ରେ ପୁରାଇ ନରସିଂହପୁର କଲେଜରେ କରାଯାଇଥିବା କ୍ୱାରେଣ୍ଟ ଟାଇନ ସେଣ୍ଟର କୁ ନେଇ ଯାଉଥିବା ଦୃଶ୍ୟ ଏବେ ଭାଇରାଲ ହେବାକୁ ଲାଗିଛି। ପ୍ରଶାସନ ର ଏଭଳି ବ୍ୟବହାର ପ୍ରବାସୀ ମାନଙ୍କୁ ବ୍ୟଥିତ କରିଥିବା ବେଳେ ଏ ଘଟଣା ସ୍ତାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି। ତେବେ ଏମାନଙ୍କୁ ନେବା ସମୟରେ ପୋଲିସ ପ୍ରଶାସନ ଥିବାବେଳେ ମାନବିକତା କୁ ଭୁଲି ଯାଇ ଗାଈଗୋରୁ ଙ୍କ ପରି ବ୍ୟବହାର ଦେଖାଇବା ସହ ଗୋଟିଏ ଟ୍ରକ ରେ ବସାଇ ନେଇ ସଂକ୍ରମଣ କୁ ଅଧିକ ହେବାରେ ସହାୟକ କରିଛନ୍ତି।ସତେଯେମିତି ଲକ ଡାଉନୁ ସମୟରେ ଏକ ବାହାଘର ହେଉଥିବାର ଜଣା ପଡ଼ିଛି ଓ ଟ୍ରକ ରେ ବରଯାତ୍ରୀ ଯାଉଥିବା ବେଳେ ପ୍ରଶାସନ ବରବେଶ ସାଜିଛି ବୋଲି ଚର୍ଚା ଚାଲିଛି । ନରସିଂହପୁର ପୋଲିସ ।ଯୋଡୁମୁ ଫାଣ୍ଡି ଅଧିକାରୀ ନରସିଂହପୁର ତହସିଲି ଦାର ଓ ବିଡିଓ ଏବଂ ସ୍ତାନୀୟ ପ୍ରଶାସନ