ଏନଏନଏସ୍: ସୁଦାନରେ ଫସିଥିବା ଭାରତୀୟ ନାଗରିକକୁ ଉଦ୍ଧାର କରିବା ପାଇଁ ‘ଅପରେସନ କାବେରୀ’ର ଅଭିଯାନ ସମାପ୍ତ ହୋଇଛି । ଭାରତୀୟ ବାୟୁସେନାର ଶେଷ ବିମାନ ୪୭ ଜଣ ଯାତ୍ରୀଙ୍କୁ ଧରି ଭାରତକୁ ଫେରିଛି । ଏହି ଅପରେସନ ଅଧିନରେ ୩୮୬୨ ଭାରତୀୟଙ୍କୁ ସୁଦାନରୁ ଉଦ୍ଧାର କରାଯାଇଛି । ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ସେନାର ୧୭ଟି ବିମାନ, ୫ଟି ଜାହାଜ ଅପରେସନ କାବେରୀରେ କାମ କରିଥିଲା ।
ସୂଚନାଯୋଗ୍ୟ ଗତ ୨୪ ଏପ୍ରିଲରେ ‘ଅପରେସନ କାବେରୀ’ ଆରମ୍ଭ ହୋଇଥିଲା । ସେମାନଙ୍କୁ ସୁଦାନ ହିନ୍ଦନରୁ ସାଉଦି ଆରବର ଜେଦାହ ନିଆଯାଇଥିଲା ଏବଂ ଜେଦାହରୁ ଭାରତ ଅଣାଯାଇଥିଲା। ଏହି ଅପରେସନ ସମୟରେ ଜଣେ ବ୍ୟକ୍ତି ବେହୋସ ହୋଇଯାଇଥିଲେ। କିନ୍ତୁ ବାୟୁସେନା ଦ୍ବାରା ଉକ୍ତ ସ୍ଥିତିକୁ ଅତି ସାହସିକତାର ସହ ମୁକାବିଲା କରାଯାଇଥିଲା। ବିମାନଟିକୁ ଗତକାଲି ସନ୍ଧ୍ୟାରେ ଅହମଦାବାଦରେ ଅବତରଣ କରାଯାଇଥିଲା।