ଧରାପଡିଲା ଚୀନର ମିଛ । ପଦାକୁ ଆସୁଛି ଗଲୱାନ ସତ । ମିଛ ରିପୋର୍ଟ ଦେଇ ଭୁଆଁ ବୁଲାଇଛି ଚୀନ୍ । ୨୦୨୦ ଜୁନ୍ ରେ, ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକାରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିଲା ସଂଘର୍ସ । ଗଲୱାନ ସଂଘର୍ଷରେ ଚୀନର କେତେ ଯବାନ ମରିଥିଲେ ? ତେବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ନିହତ ହୋଇଥିବା ସୈନିକଙ୍କ ସଂଖ୍ୟାକୁ ଚୀନ୍ ମାତ୍ର ୪ ଜଣ ବୋଲି ଦର୍ଶାଇଥିଲା । ଯାହା ଏବେ ପଦାରେ ପଡିଛି । ଏଥିରେ ୩୮ଜଣ ଚୀନ ସୈନିକ ନିହତ ହୋଇଥିବା ଜଣାପଡିଛି ।ଏହି ସଂଖ୍ୟା ଚୀନ୍ ଦ୍ୱାରା ଦର୍ଶାଯାଇଥିବା ସଂଖ୍ୟାଠାରୁ ୯ଗୁଣ ଅଧିକ । ଅଷ୍ଟ୍ରେଲୀୟ ଖବରକାଗଜ ‘ଦ କ୍ଲାକ୍ସନ୍’ରେ ପ୍ରକାଶିତ ଅନୁସନ୍ଧାନ ରିପୋର୍ଟରୁ ଏହା ଜଣାପଡିଛି । ଦେଢ ବର୍ଷର ଅନୁସନ୍ଧାନ ପରେ ଅଷ୍ଟ୍ରେଲୀୟ ଖବରକାଗଜ ଏହି ରିପୋର୍ଟ ପ୍ରସ୍ତୁତ କରିଛି । ଯାହା ‘ଗଲଓ୍ୱାନ୍ ଡିକୋଡେଡ୍’ ଶୀର୍ଷକ ଏକ ରିପୋର୍ଟ ପ୍ରକାଶ କରିଥିଲା । ସୂଚନାନୁସାରେ, ଅନ୍ଧାର ରାତିରେ ଚାଇନାର ପିପୁଲ୍ସ ଲିବରେସନ୍ ଆର୍ମିର ୩୮ ଜଣ ସୈନିକ ଗଲୱାନ ନଦୀ ପାର ବେଳେ ଭାସି ଯାଇଥିବା ନେଇ ଅନୁସନ୍ଧାନ ମୂଳକ ଖବର ଚାପିଛି ଅଷ୍ଟ୍ରେଲିଆର ଖବରକାଗଜ । ଏହି ଅନୁସନ୍ଧାନ ରିପୋର୍ଟ ଏବେ ଡ୍ରାଗନର ସମସ୍ତ ଚାଲକୁ ଧରା ପକାଇଦେଇଛି ।