ବଡଗଡ ବନବିଭାଗକୁ ମିଳିଛି ବଡ଼ ସଫଳତା । ବଡଗଡ ଥାନା ଅନ୍ତର୍ଗତ ଗାଙ୍ଗପୁର ଗ୍ରାମରେ ବଡଗଡ ପୋଲିସ ଓ ଦକ୍ଷିଣ ଘୁମୁସର ବନଖଣ୍ଡ ଟିମ୍ ର ମିଳିତ ଚଢାଉ ହୋଇଛି । ଗାଙ୍ଗପୁର ଗ୍ରାମରେ ଥିବା ତିନୋଟି ବେଆଇନ କାଠ ମିଲ ଉପରେ ଚଢ଼ାଉ କରି ବହୁ ମୂଲ୍ୟବାନ କାଠ ଓ ଯନ୍ତ୍ରପାତି ଜବତ ହୋଇଛି । ପାଖାପାଖି 200 ସି ଏଫ୍ ଟି କାଠ ଓ ଯନ୍ତ୍ରପାତି ର ଆନୁମାନିକ ମୂଲ୍ୟ 25 ରୁ 30 ଲକ୍ଷ୍ୟ ହେବ ଅନୁମାନ କରା ଯାଉଛି । ଏହି ଚଢାଉ ରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଵିନୋଦ ଆଚାର୍ଯ୍ୟ, ଏସିଏଫ୍ ପ୍ରଦୀପ କୁମାର, ଏସିଏଫ୍ ରଜତ କୁମାର୍ ମିଶ୍ର, ବଡଗଡ ରେଞ୍ଜର ଅଞ୍ଜନ କୁମାର୍ ନାୟକ,ଙ୍କ ସହିତ ସୋରଡ଼ା ଓ ବୁଗୁଡ଼ା ରେଞ୍ଜ ର ସମସ୍ତ ଗାର୍ଡ ଓ ଫରେଷ୍ଟର ଉପସ୍ଥିତ ରହିବା ସହ ବଡଗଡ ପୋଲିସ ଟିମ ସହ ଥାନାଧିକାରୀ ସନ୍ତୋଷ କୁମାର ବେହେରା ମଧ୍ୟ ଘଟଣା ସ୍ଥଳ ରେ ରହି ଏହି ଚଢ଼ାଉ ସଫଳ କରିଥିଲେ ।ସେହିପରି ବନବିଭାଗ ଶୁକ୍ରବାର ରାତ୍ରକାଳୀନ ପେଟ୍ରୋଲିଙ୍ଗ ସମୟରେ ବୋରଦା ବନାଞ୍ଚଳ ରୁ 407 ଗାଡ଼ିରେ ବୋଝେଇ ହୋଇଥିବା ଶାଗୁଆନ କାଠ ଜବତ କରିଥିଲେ l ଦକ୍ଷିଣ ଘୁମୁସର ଡି ଏଫ ଓ ବିନୋଦ ଆଚାର୍ଯ୍ୟ ଙ୍କ ନିର୍ଦେଶ ମତେ ବିଭାଗୀୟ କର୍ମଚାରୀ ଚଢ଼ାଉ ରେ ଅଂଶ ଗ୍ରହଣ କରିଥିଲେ I ଚଢ଼ାଉ ସମୟରେ ଡ୍ରାଇଭର ଗାଡି ଛାଡି ଦୌଡ଼ି ପଳାଇଥିବା ବେଳେ ଗାଡି ସହ କାଠ ଜବତ କରାଯାଇଛି I ଜବତ କାଠ ର ମୂଲ୍ୟ 5ଲକ୍ଷ୍ୟ ଟଙ୍କା ହେବ I ବର୍ତ୍ତମାନ ଏଠାରେ ବିଭାଗ ସକ୍ରିୟ ଅଛନ୍ତି I ବଡ଼ଗଡ ବନାଞ୍ଚଳ ଟି କନ୍ଧମାଳ, ଗଜପତି ଜିଲ୍ଲା ସୀମାନ୍ତ ଜଙ୍ଗଲ ସହ ଯୋଡି ହୋଇଥିବାରୁ ବିଭାଗ ସବୁବେଳେ କଡା ନଜର ରଖୁଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି I ଏଣିକି ଜଙ୍ଗଲ ଉପରେ ଲୋଲୁପ ଦୃଷ୍ଟି ରଖୁଥିବା କାଠ ମାଫିଆ ଙ୍କୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି I