କଟକ ରେ ଆରମ୍ଭ ହୋଇଛି ୩୩ ତମ ସର୍ବଭାରତୀୟ ସବ୍ ଜୁନିୟର ସଫ୍ଟ ବଲ ଚାମ୍ପିଅନସିପ । ଏହି ଚାମ୍ପିଅନସିପ ରେ ଦେଶର ୨୦ ରାଜ୍ୟ ରୁ ମୋଟ ୩୮ ଟିମ ଉଭୟ ବାଳକ ଏବଂ ବାଳିକା ବର୍ଗ ରେ ଅଂଶ ଗ୍ରହଣ କରିଛନ୍ତି । ଏହି ଚମ୍ପିଆନସିପ ର ଟାଇଟଲ ହାସଲ କରିବା ପାଇଁ ସବୁ ଦଳ ଢେର ପ୍ରସ୍ତୁତ ହୋଇ ଆସିଥିବା ବେଳେ ଏବେ ଟିମଗୁଡିକ ମଧ୍ୟରେ ମୁକାବିଲା ଜୋର୍ ସୋର୍ ରେ ଜାରି ରହିଛି । ଚାଲିଛି ମୁକାବିଲା…ପରସ୍ପର କୁ ଟକ୍କର ଦେଉଛନ୍ତି ବିଭିନ୍ନ ରାଜ୍ୟ ର ପ୍ରତିଯୋଗୀ। ଏ ଦୃଶ୍ୟ ହେଉଛି କଟକ ଊପର ବାଲିଯାତ୍ରା ପଡିଆ ରେ ଚାଲିଥିବା ୩୩ତମ ସର୍ବ ଭାରତୀୟ ସବ୍ ଜୁନିୟର ସଫ୍ଟ ବଲ ଚାମ୍ପିଅନସିପ ର । ଉଭୟ ବାଳକ ଏବଂ ବାଳିକା ବର୍ଗରେ ମୁକାବିଲା କରୁଛନ୍ତି ବିଭିନ୍ନ ରାଜ୍ୟ ର ଖେଳାଳୀ।ଗୋଟିଏ ପରେ ଗୋଟିଏ ମ୍ୟାଚ୍ କୁ ଜିତିବା ପାଇଁ ସବୁ ଦଳ ର ଖେଳାଳୀ ପୁରା ଦମ ଲଗାଇ ଦେଇଛନ୍ତି । ଏହି ଚାମ୍ପିଅନସିପ କୁ ହତେଇବା ପାଇଁ ଉଭୟ ବାଳକ ଏବଂ ବାଳିକା ଟିମ ଲକ୍ଷ୍ୟ ରଖି ଆସିଛନ୍ତି। କରୋନା ସଙ୍କ୍ରମଣ କମିବା ପରେ ଜାତୀୟ ସ୍ତର ର ଟୁର୍ଣ୍ଣାମେଣ୍ଟ ଖେଳିବା ର ସୁଯୋଗ ପାଇଥିବା ରୁ ଢେର ଉତ୍ସାହିତ ଖେଳାଳୀ। ସେପ୍ଟେମ୍ବର ୧୯ ତାରିଖ ରୁ ଆରମ୍ଭ ହୋଇଥିବା ଏହି ଚାମ୍ପିଅନସିପ ରେ ବିଭିନ୍ନ ରାଜ୍ୟ ରୁ ମୋଟ ୩୮ ଟି ଟିମ ଅଂଶ ଗ୍ରହଣ କରିଛି ।ବାଳକ ବର୍ଗ ରେ ୨୦ଟି ଟିମ ଏଥିରେ ଭାଗ ନେଇଥିବା ବେଳେ ୧୮ଟି ବାଳିକା ଟିମ ଭାଗ ନେଇଛି ।ଏହି ଚାମ୍ପିଅନସିପ ପାଇଁ ବର୍ଷା ସମସ୍ୟା ସୃଷ୍ଟି କରିବାରୁ ସତ୍ୟବ୍ରତ ଷ୍ଟାଡ଼ିୟମ ରୁ ମ୍ୟାଚ୍ କୁ ବାଲିଯାତ୍ରା ଊପର ପଡିଆ କୁ ସ୍ଥାନାନ୍ତର କରାଯାଇଛି । ତେବେ ବର୍ଷା କମିବା ପରେ ଏବେ ମୁକାବିଲା ଠିକଠାକ୍ ଚାଲିଛି । ଏହି ଚାମ୍ପିଅନସିପରେ ଆୟୋଜକ ଟିମ ଓଡ଼ିଶା ଭଲ ଖେଳ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ଓଡ଼ିଶା ସଫ୍ଟ ବଲ ଆସୋସିଏସନ୍ ।
#Cuttack #NNSODIA