ଭୁବନେଶ୍ୱର(ଏନଏନଏସ୍): ବିଜେବି କଲେଜ ପରିସରରେ ମହାଭାରତ । କ୍ରିକେଟ୍ ଖେଳକୁ ନେଇ କଲେଜ ପରିସରରେ ମହାଭାରତ। ସୂଚନାଯୋଗ୍ୟ କ୍ରିକେଟ୍ ଖେଳକୁ କେନ୍ଦ୍ର କରି ଅଣଛାତ୍ରମାନେ ବିଜେବି କଲେଜ୍ କ୍ୟାମ୍ପସରେ ୩ଜଣ ଛାତ୍ରଙ୍କୁ ଆକ୍ରମଣ କରିଛନ୍ତି । ଗୁରୁତର ଅବସ୍ଥାରେ ଛାତ୍ରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଛାତ୍ରମାନେ ଆମ୍ବେଦକର ହଷ୍ଟେଲର ହୋଇଥିବା ଜଣାପଡିଛି । ଅନ୍ୟପଟେ ଆକ୍ରମଣ ଘଟଣାରେ ୪ ରୁ ୫ ଜଣଙ୍କୁ ଅଟକ ରଖିଛି ବଡଗଡ ଥାନା ପୋଲିସ ।