ବୋହୂମାନେ ରୋଗୀଣା ଶାଶୁର କଲେନି ସେବା | ଜଣେ ପଡୋଶୀ ମହିଳା ଆସି ବୃଦ୍ଧା ମାର ନେଉଥିଲେ ଯତ୍ନ | ଏହା ଦେଖି ପୁଅମାନଙ୍କ ମୁଣ୍ଡକୁ ଚଢ଼ିଗଲା ପିତ୍ତ | କିଛି ସମୟ ମଧ୍ୟରେ ୩ ଭାଇ ଏକାସାଙ୍ଗରେ ସେମାନଙ୍କ ପତ୍ନୀମାନକୁ ଛାଡପତ୍ର ଦେବାର ନେଲେ ନିଷ୍ପତ୍ତି | ଛାଡପତ୍ରର ନିଷ୍ପତ୍ତି ପାଇଁ କିଛି ମାସ ବା ଦିନ ନେଇନଥିଲେ ବରଂ ତିନି ଭାଇ ଗୋଟିଏ ମିନିଟ୍ ଭିତରେ ବିଚାର ବିମର୍ଶ କରି ନିଜ ପତ୍ନୀଙ୍କୁ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଆଲଜେରିଆରୁ |
ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବୋହୂମାନେ ରୋଗୀଣା ଶାଶୁଙ୍କ ଯତ୍ନ ନେଉନଥିଲେ କି ତାଙ୍କ ଖାଦ୍ୟ ଓ ପାନୀୟ ପ୍ରତି ମଧ୍ୟ ଧ୍ୟାନ ଦେଉନଥିଲେ | ତିନି ଭାଇ କାମରୁ ଫେରି ଘରେ ପହଞ୍ଚିଲା ବେଳକୁ ଜଣେ ପଡୋଶୀ ମହିଳା ଆସି ତାଙ୍କ ଅସୁସ୍ଥ ବୃଦ୍ଧ ମା’ଙ୍କ ସେବା ସୁଶୃସା କରୁଥିଲେ । କିନ୍ତୁ ଘରେ ସେତେବେଳେ ତାଙ୍କର ତିନି ପତ୍ନୀ ଗାୟବ ଥିଲେ। ଏହା ଦେଖି ତିନି ଭାଇ ବହୁତ ରାଗିଗଲେ | ସେମାନେ ସଂଗେ ସଂଗେ ନିଜ ପତ୍ନୀଙ୍କୁ ଡାକିଲେ ଏବଂ କିଛି ସମୟ ମଧ୍ୟରେ ତିନିଜଣ ନିଜ ପତ୍ନୀଙ୍କୁ ଛାଡପତ୍ର ଦେଇ ବିବାହ ଭଳି ପବିତ୍ର ସମ୍ପର୍କକୁ ସବୁଦିନ ପାଇଁ ଶେଷ କରିଦେଲେ |