ଭାରତ ବନ୍ଦର ଦ୍ୱିତୀୟ ଦିନରେ ବି ଚାଲିଛି ଆନ୍ଦୋଳନ | ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାରେ । ଆନ୍ଦୋଳନକାରୀ ସହରର ତିନିମୁହାଣୀ ଛକରେ କରିଛନ୍ତି ରାସ୍ତା ଅବରୋଧ | ଫଳରେ ଗାଡି ଚଳାଚଳ ଠପ ହୋଇଯାଇଛି | ଗାଡିମୋଟର ବନ୍ଦ ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ।
କେନ୍ଦ୍ରାପଡା ଜିଲ୍ଲା ସହ କଟକ ଭୁବନେଶ୍ୱର ଯୋଗାଯୋଗ ବିଛିନ୍ନ ହୋଇପଡିଛି । ଗାଡି ମଟର ଚଳାଚଳ ହୋଇପାରୁନି । ଦୁଇଦିନ ଧରି ସ୍କୁଲ ବସ୍ ବନ୍ଦ ଥିବାରୁ ପିଲାମାନେ ସ୍କୁଲକୁ ଯାଇପାରିନାହାନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଏହି ଭାରତ ବନ୍ଦ ଡାକରା ଦେଇଛନ୍ତି କେନ୍ଦ୍ରୀୟ ଟ୍ରେଡ ୟୁୁନିୟନ | ପେଟ୍ରୋଲ, ଡିଜେଲ , ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ସହିତ ଖାଇବା ତେଲ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ହୁହୁ ହୋଇ ବଢିବଢି ଚାଲିଛି । ଶ୍ରମ ଆଇନର ପରିବର୍ତ୍ତନ କରିବା, ପ୍ରତ୍ୟାହୃତ କୃଷି ଆଇନକୁ କାର୍ଯ୍ୟକାରୀ କରିବା ଆଦି ଦାବି କରିଛନ୍ତି ଶ୍ରମିକ ସଂଗଠନ, ମିଳିତ କୃଷକ ମୋର୍ଚ୍ଚା ଓ ବାମଦଳ କର୍ମକର୍ତ୍ତା ।