<h3>ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଓଁକାରେଶ୍ୱରଠାରେ ଉଦ୍ଘାଟିତ ହେଲା ଶଙ୍କରାଚାର୍ଯ୍ୟଙ୍କ ୧୦୮ ଫୁଟ୍ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି । ଏହି ବିଶାଳକାୟ ପ୍ରତିମୂର୍ତ୍ତି କୁ ସେପ୍ଟେମ୍ବର ୧୮ ତାରିଖରରେ ଉନ୍ମୋଚନ କରିବାର ଥିଲା କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ସେପ୍ଟେମ୍ବର ୨୧ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ତେବେ ଆଜି ଏହି ମୂର୍ତ୍ତିଟିକୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଦ୍ଘାଟନ କରିଛନ୍ତି । ଏହା ସହ ସେ ଅଦ୍ୟତ୍ୱ ବେଦର ଶିଳାନ୍ୟାସ କରିବା ସଙ୍ଗେ ସଙ୍ଗେ ଭୂମିପୂଜା ମଧ୍ୟ କରିଛନ୍ତି । ଏହି ପ୍ରତିମୂର୍ତ୍ତିକୁ ନର୍ମଦା ନଦୀକୂଳରେ ଥିବା ମାନ୍ଧାତା ପର୍ବତ ଉପରେ ନିର୍ମାଣ କରାଯାଇଛି । ଅଷ୍ଟଧାତୁରେ ନିର୍ମିତ ଏହି ବିଶାଳକାୟ ମୂର୍ତ୍ତିକୁ ୨୧୦୦ କୋଟି ଟଙ୍କା ବ୍ୟୟ କରି ତିଆରି କରାଯାଇଛି । ତେବେ ଏହି ପ୍ରତିମାର ନାଁ ଏକାତ୍ମତା ରଖାଯାଇଛି । କୁହାଯାଏ ଯେ, ଶଙ୍କରାଚାର୍ଯ୍ୟଙ୍କୁ ବାଲ୍ୟକାଳରୁ ହିଁ ବେଦରେ ବହୁ ରୁଚି ଥିଲା । ତେଣୁ ସେ ଓଁକାରେଶ୍ୱରକୁ ଆସି ବେଦଜ୍ଞାନ ଆହୋରଣ କରିଥିଲେ ଏବଂ ସେ ହିଁ ଜଣେ ଏମିତି ବ୍ୟକ୍ତିତ୍ୱ ଯିଏ କି ଅଦ୍ୟତ୍ୱ ବେଦକୁ ଜନସାଧାରଣଙ୍କ ପାଖରେ ପ୍ରଥମେ ପହଞ୍ଚାଇଥିଲେ । ତେଣୁ ତାଙ୍କ ସ୍ମୃତିରେ ଏହି ପ୍ରତିମୂର୍ତ୍ତିକୁ ଓଁକାରେଶ୍ୱରଠାରେ ସ୍ଥାପନ କରାଯାଇଛି ।</h3>