ଏନ୍ଏନ୍ଏସ ଓଡିଆ,ଭୁବନେଶ୍ୱର: ଓଲିଉଡ ପିଛା ଛାଡୁନି ବିବାଦ । ନିକଟରେ ପ୍ରୟୋଜକ ଟୁଟୁ ନାୟକଙ୍କ ବିରୋଧରେ ଅଭିନେତ୍ରୀ ପ୍ରକୃତି ମିଶ୍ର ସଙ୍ଗୀନ ଅଭିଯୋଗ ଆଣିଥିବା ବେଳେ ଏବେ ପୁଣି ସାମ୍ନକୁ ଆସିଛି ଆଉ ଏକ ଘଟଣା । ଯେଉଁଥିରେ ଦେଖାଯାଇଛି ଯେ ଜଣେ ଆଗ ଧାଡିର ଅଭିନେତ୍ରୀ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ପୁରୁଷ ବନ୍ଧୁ ତଥା ପ୍ରେଯାଜକ ନାଁରେ ଅଭିନେତ୍ରୀ ଜଣକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଅଭିନେତ୍ରୀଙ୍କର ଅନ୍ତରଙ୍ଗ ମୁହୂର୍ତ୍ତରେ ଭିଡିଓ ଓ ଫୋଟ ପ୍ରଯୋଜକ ଭାଇରାଲ୍ କରୁଥିବା ସମ୍ପୃକ୍ତ ଅଭିନେତ୍ରୀ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି । ଏହାପରେ ଥାନାରେ ମାମଲା ରୁଜୁ ହୋଇଛି । ପୂର୍ବ ସୂଚନା ଅନୁସାରେ, ୨୦୧୯ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ ଜଣେ ପ୍ରଯୋଜକ ଓ ନିଦେ୍ର୍ଦଶ ବୋଲି ଜଣାପଡିଛି । ପ୍ରଥମେ ୨୦୨୧ ମସିହାରେ ଏହି ଅଭିଯୋଗ ଆସିଥିଲା । ପରେ ଲକ୍ଷ୍ମୀସାଗର ଥାନାରେ ଦୁଇଜଣଙ୍କ ମଧ୍ୟରେ ବୁଝାମଣା ହୋଇଥିଲା ।ପୁଣି ଥରେ ଠକେଇ, ନିର୍ୟାତନା ଓ ଭିଡିଓ ଭାଇରାଲ ନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ଦିଆଯାଇଛି। ଫିଲ୍ମ ଓ ବଡ଼ ବଡ଼ ପ୍ରଡକ୍ସନ ହାଉସରେ କାମ ଦେବାର ପ୍ରଲୋଭନ ଦେଖାଇ ପୁରୁଷ ବନ୍ଧୁ କୁଆଡେ ଅଭିନେତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ନେଇ ଅଭିଯୋଗ ହୋଇଛି।ଆଉ ସେହି ଅନ୍ତରଙ୍ଗ ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରି ପୁରୁଷ ବନ୍ଧୁ ବ୍ଲାକମେଲ୍ କରୁଥିବା ମଧ୍ୟ ଜଣାପଡ଼ିଛି। ନାୟିକାଙ୍କ ଅଭିଯୋଗ ପରେ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଛି। ଖବର ଲେଖାଯିବା ସୁଦ୍ଧା ଏନେଇ ଅଭିନେତ୍ରୀ କିମ୍ୱା ପୁରୁଷ ବନ୍ଧୁଙ୍କ ପ୍ରତିକ୍ରିୟା ମିଳିପାରିନି।ସୂଚନାଥାଉ କି, ଗତ ୨୦୧୫ରେ ନାୟିକା ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ ଅଭିଯୋଗକାରିଣୀ। ଏହାପରେ ସେ ବହୁ ନାମୀଦାମୀ ବ୍ୟାନର୍ରେ ସଫଳ ନାୟକମାନଙ୍କ ସହ ଅଭିନୟ କରି ବେଶ୍ ସଫଳତା ହାସଲ କରିଛନ୍ତି।